ସାଇକେଲ ଯାତ୍ରୀଙ୍କୁ ଗୋଲାମୁଣ୍ଡା ଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ସାଇକେଲ ଯାତ୍ରୀଙ୍କୁ ଗୋଲାମୁଣ୍ଡା ଠାରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ଗୋଲାମୁଣ୍ଡା,୦୯।୧୨(ଶୁଭମ ବାର୍ତ୍ତା): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସମସ୍ୟା କୁ ନେଇ ଜନ ସଂଗ୍ରାମ ସମିତି ଆବାହକ ସାଉଲ ମଙ୍ଗରାଜ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏକ ଦାବିପତ୍ର ପ୍ରଦାନ କରି ସେ ନିଜ ଘର ଗୋଲାମୁଣ୍ଡା କୁ ଫେରିଛନ୍ତି । ଫେରିବା ପରେ ଗୋଲାମୁଣ୍ଡା ବ୍ଲକ ବାସୀ ଙ୍କ ତରଫରୁ ଗୋଲାମୁଣ୍ଡା ଉପକଣ୍ଠ ସ୍ଥିତ ମହାଭାରତ ପଡିଆ ଠାରୁ ତାଙ୍କୁ ସ୍ବାଗତ କରିବା ସହ ପାଚୋଟି ଆଣିଥିଲେ। ସୂଚନାମତେ ଶ୍ରୀ ମଙ୍ଗରାଜ ଗତ ୩୦ରିଖ ରବିବାର ଦିନ ଠାରୁ ଗୋଲାମୁଣ୍ଡା ରୁ ଭୁବନେଶ୍ୱର ଦୀର୍ଘ ୫୫୦କିମି ଅଭିମୁଖେ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ । ଗୋଲାମୁଣ୍ଡା ବ୍ଳକର ବିଭିନ୍ନ ସମସ୍ୟା କୁ ନେଇ ୮ଦଫା ଦାବିପତ୍ର ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଥିଲେ । ଦୀର୍ଘ କି.ମି ସାଇକେଲ ଯାତ୍ରା ସାରିବା ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରି ଆଜି ସେ ନିଜ ଗାଁ ଗୋଲାମୁଣ୍ଡା କୁ ଫେରିଛନ୍ତି । ଫେରିବାପରେ ଶ୍ରୀ ମଙ୍ଗରାଜ ଓ ତାଙ୍କ ସାଥି ବୃନ୍ଦ ଗୋଲାମୁଣ୍ଡା ଠାରେ ଭବ୍ୟ ସ୍ୱାଗତ କରାଯାଇ ମହା ଆଡମ୍ବରରେ ତାଙ୍କୁ ପାଚୋଟି ନେଇଥିଲେ । ପରେ ଗୋଲାମୁଣ୍ଡା ଠାରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ଜନ ସଂଗ୍ରାମ ସମିତି ଆବାହକ ସାଉଲ ମଙ୍ଗରାଜ ଓ ତାଙ୍କ ସାଙ୍ଗରେ ଯାଇଥିବା ସାଇକେଲ ଯାତ୍ରୀ ବଳରାମ ମାଝୀ,ଜୟରାମ ମାଝୀ,ଉଦ୍ଧବ ରଣା, ବିଶ୍ୱ ରଣା,ଅଶାରୁ ମାଝୀ,ଫକୀର ମାଝୀ,ଲାଲ ମାଝୀ,ନୀଳାମ୍ବର ମହାନଦ,ଯୁଜେଷ୍ଠି ମାଝୀ,ନୀଳକଣ୍ଠ ମାଝୀ,ପୀତଷ ସୀପକା,ଅଗଷ୍ଟି ମାଝୀ,ରଘୁନାଥ ମାଝୀ ପ୍ରମୁଖ ଙ୍କୁ ଔପଢକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିବା ଗଉନ୍ତିଆ ସୁବାଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?