ନକ୍ସଲ ନାଁରେ ବାପାକୁ ୩୫ ଲକ୍ଷ ଟଙ୍କା ଚାନ୍ଦା ମାଗି ପୁଅ ଗିରଫ । ଲଗାମ ଛଡା ପୁଅକୁ ନେଇ ହତାଶ ବାପା,

Oct 14, 2025 - 20:26
Oct 14, 2025 - 21:57
 0  1237
ନକ୍ସଲ ନାଁରେ ବାପାକୁ ୩୫ ଲକ୍ଷ ଟଙ୍କା ଚାନ୍ଦା ମାଗି ପୁଅ ଗିରଫ ।    ଲଗାମ ଛଡା ପୁଅକୁ ନେଇ ହତାଶ ବାପା,

ନକ୍ସଲ ନାଁରେ ବାପାକୁ ୩୫ ଲକ୍ଷ ଚାନ୍ଦା ମାଗି ପୁଅ ଗିରଫ ।  ଲଗାମ ଛଡା ପୁଅକୁ ନେଇ ହତାଶ ବାପା,

 ନର୍ଲା ଶୁଭମ ବାର୍ତ୍ତା :- କଲାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ପ୍ରାରୋଡ଼ ପଞ୍ଚାୟତ ର ଅଜବ ଦୁନିଆଁ । ଟଙ୍କା ପାଇଁ ପୁଅ ବି ବାପା ପାଇଁ ନକ୍ସଲ ସାଜି ପାରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନର୍ଲା ଥନା ଅନ୍ତର୍ଗତ ରୁପ୍ରାରୋଡ ରେ । ନର୍ଲା ଥାନା ଆଇଆଇସି ତଥା ଘଟଣାର ତଦନ୍ତକାରୀ ଅଫିସର ବିଜୟ ମାଝୀଙ୍କ ସୂଚନାନୁଯାୟୀ ରୁପ୍ରାରୋଡର ବାସିନ୍ଦା ଦିନେଶ କୁମାର ଅଗ୍ରଓ୍ବାଲ୍ ଙ୍କ ଏକମାତ୍ର ପୁଅ ଅଙ୍କୁଶ ଅଗ୍ରଓ୍ବାଲ୍ (୨୪) ନକ୍ସଲ ନାଁରେ ଏକ ଚିଠି ଲେଖି ନିଜ ଇନୋଭା ଗାଡିରେ ଗତ ୫ ତାରିଖରେ ରଖି ଦେଇଥିଲେ । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ୩୫ ଲକ୍ଷ ଟଙ୍କା ଦିଅ ନଚେତ୍ ତୁମ ପରିବାର ସମସ୍ତଙ୍କୁ ଜୀବନରେ ମାରିଦେବୁ । ଚିଠିକୁ ପରିବାର ଲୋକ ପାଇବା ପରେ ସେମାନେ ଭୟଭୀତ ହୋଇ ପଡିଥିଲେ । ଜୀବନକୁ ଭୟ କରି ବାପା ଦିନେଶ ପରିଶେଷରେ ନର୍ଲା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ପରିଶେଷରେ ଜଣିବାକୁ ପାଇଥିଲା ଯେ, ଏସବୁ କାମ ଦିନେଶଙ୍କ ପୁଅ ଅଙ୍କୁଶ କରିଛି । ଏହାପରେ ପୁଲିସ ଅଙ୍କୁଶକୁ ଗିରଫ କରି ଆଜି ମ.ରାମପୁର କୋର୍ଟ ଚାଲାଣ କରିଛି । ଏଠାରେ ସୂଚନାଯୋଗ୍ୟ ଯେ, ଦିନେଶ ଅଗ୍ରଓ୍ବାଲ୍ ହେଉଛନ୍ତି ଏଣେ ଉଚ୍ଚ କୋଟୀର ପ୍ରତିଷ୍ଠିତ ଠିକାଦାର । କଳାହାଣ୍ଡି ଜିଲ୍ଲାରେ ବସୁଧା ଓଭରହେଡ୍ ପାଣିଟାଙ୍କି ଓ ନଳକୂପ ଖୋଳିବାରେ ଦିନେଶ ହେଉଛନ୍ତି ଅଗ୍ରଣୀ ଠିକାଦାର । ନକ୍ସଲ କୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ନିଜ ପୁଅ ହାବୁଡରେ ପଡି ପରିସ୍ଥିତିକୁ ଗୋଳମାଳ କରିଦେଇଛି । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଲୋକେ ପୁଅ ଅଙ୍କୁଶ ପ୍ରତି ବାପା ଦିନେଶଙ୍କ ଅଙ୍କୁଶ ନାହିଁ ଏହା ବଡଘର ବଡ ଗୁମର କଥା ବୋଲି ଲୋକେ କୁହାକୁହି ହେଉଛନ୍ତି ।

         ନର୍ଲା ରୁ ଜଗତ ରାମ ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow