ଜୟଦୁର୍ଗା ହାଇସ୍କୁଲ ଠାରେ ବନମହୋତ୍ସବ ପାଳିତ ,
ଜୟଦୁର୍ଗା ହାଇସ୍କୁଲ ଠାରେ ବନମହୋତ୍ସବ ପାଳିତ
ଶୁଭମ ବାର୍ତ୍ତା :- ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା ର ନର୍ଲା ରୋଡ ଜୟଦୁର୍ଗା ହାଇସ୍କୁଲ ରେ ଜାତୀୟ ବନମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉତ୍ସାହ ର ସହିତ ପାଳିତ ହୋଇଯାଇଛି। "ପ୍ରକୃତି ରକ୍ଷତଃ ରକ୍ଷିତା" — ଏହି ମୂଳ ମନ୍ତ୍ର କୁ ସାର୍ଥକ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଗଛ , ଯେପରିକି ପିଆଶାଳ, ନିମ୍ବ, କଦମ୍ବ, ଓ ଜାମୁକୋଳି ଭଳି ମୂଲ୍ୟବାନ ଗଛ ରୋପଣ କରାଯାଇଥିଲା ।ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀ ବିଶ୍ବମ୍ବର ଭୋଇଙ୍କ ନେତୃତ୍ୱ ଓ ପରିଚାଳନାରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କର, ଶ୍ରୀ ନାରାୟଣ ପଧାନ, ଶ୍ରୀ ଚକ୍ରଧର ସା, ଓ ଶ୍ରୀମତୀ ବବି ରଣା ସହଯୋଗ କରିଥିଲେ।ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ପାଳିତ ହେଉଥିବା “ଏକ ପେଡ ମା କେ ନାମ” ନାମକ ବୈଶିଷ୍ଟ୍ୟପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟାଳୟର ମିନି ନର୍ସରୀ ରୁ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ପ୍ରଦାନ କରି ନିଜ ଘରେ ଲଗାଇବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା ।ଏହି ଅବସରରେ ଶ୍ରୀ କର ବୃକ୍ଷର ଉପାଦେୟତା, ପରିବେଶ ଉପରେ ତାର ପ୍ରଭାବ, ଓ ଏଥି ନିମିତ୍ତ ନାଗରିକ ଙ୍କ ଦାୟିତ୍ୱ ବିଷୟରେ ଛାତ୍ରଛାତ୍ରୀ ।ମାନଙ୍କୁ ଗଭୀର ସୂଚନା ଓ ପ୍ରେରଣା ଦେଇଥିଲେ ।
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?