କଳାହାଣ୍ଡି ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସନ୍ଦର୍ଭ ଓ ସ୍ୱାଗତ ଯୋଗ୍ୟ ଆହ୍ୱାନ।
କଳାହାଣ୍ଡି ଜିଲ୍ଲା ସଂସ୍କୃତ ଶିକ୍ଷକ ସଂଘର ସନ୍ଦର୍ଭ ଓ ସ୍ୱାଗତ ଯୋଗ୍ୟ ଆହ୍ୱାନ।
ଶୁଭମ ବାର୍ତ୍ତା :- ନର୍ଲା /୧୩/୦୫/୨୬ମେ ୧୮ ରୁ ହେବାକୁ ଥିବା ସଂସ୍କୃତ ଭାରତୀ,ପୂର୍ବ କ୍ଷେତ୍ର ର ପ୍ରଶିକ୍ଷଣ ବର୍ଗର ପୂର୍ବ ପ୍ରସ୍ତୁତି ବୈଠକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ କେସିଙ୍ଗାର ଖଣ୍ଡ କାର୍ଯ୍ୟବାହ ସୁରେଶ କୁମାର ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇ ଯାଇଛି। ଉକ୍ତ ବୈଠକରେ ସଂସ୍କୃତ ଭାରତୀ ଓଡ଼ିଶା (ପଶ୍ଚିମ) ର ଅଧ୍ୟକ୍ଷ ଶ୍ରୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଚନ୍ଦ୍ରକାନ୍ତ ଦଣ୍ଡସେନା, ପ୍ରାନ୍ତ ସହ ମନ୍ତ୍ରୀ ଡ଼ ମାନସ ରଞ୍ଜନ ସାହୁ, ବର୍ଗର ବ୍ୟବସ୍ଥା ପ୍ରମୁଖ ଶାରଦା ସାଗର ମହାନ୍ତି ଉପସ୍ଥିତ ଥିଲେ। ଏହି ବୈଠକରେ ସର୍ବ ସମ୍ମତି କ୍ରମେ ଶ୍ରୀ ମଙ୍ଗୁଳୁ ଚରଣ ମିଶ୍ରଙ୍କୁ ସ୍ବାଗତ ସମିତି ଅଧ୍ୟକ୍ଷ ଏବଂ ଶ୍ରୀ ସୁରେଶ କୁମାର ସୁନାଙ୍କୁ ସର୍ବ ବ୍ୟବସ୍ଥା ପ୍ରମୁଖ ଦାୟିତ୍ଵ ଦିଆଗଲା । ହେବାକୁ ଥିବା ଏହି ପ୍ରଶିକ୍ଷଣ ବର୍ଗରେ ସମ୍ପୂର୍ଣ୍ଣ ଓଡ଼ିଶା ଏବଂ ସମ୍ପୂର୍ଣ୍ଣ ପଶ୍ଚିମ ବଙ୍ଗରୁ ପ୍ରାୟତଃ ୧୫୦ ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରିବେ।ବୈଠକ ର ଉକ୍ତ ପ୍ରସ୍ତାବ କୁ କଳାହାଣ୍ଡି ଜିଲ୍ଲା ସମ୍ପାଦକ ଶ୍ରୀ ପଦ୍ମଲୋଚନ ସତପଥୀ ଓ ସଭାପତି ଶ୍ରୀ ସୁବାସ ଚନ୍ଦ୍ର ବରାଡ଼ ସମର୍ଥନ ପ୍ରଦାନ କରିଛନ୍ତି।
What's Your Reaction?