ଆମ୍ବାଦଳା ଥାନା ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର,
ଆମ୍ବାଦଳା ଥାନା ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର
ମୁନିଗୁଡ଼ା ଶୁଭମ ବାର୍ତ୍ତା :- ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଆମ୍ବାଦଳା ଥାନାର କାର୍ଯ୍ୟରତ ଏସ୍ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଥାନା ପରିସରରେ ଥିବା ସରକାରୀ କ୍ୱାର୍ଟର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ କ୍ୱାର୍ଟରର କବାଟ ଭାଙ୍ଗି ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଏସ୍ଆଇ ଅଶୋକ ପ୍ରଧାନଙ୍କ ଘର ଫୁଲବାଣୀ ନିକଟସ୍ଥ ବିଗାପଦର ଗ୍ରାମରେ ବୋଲି ଜଣାପଡ଼ିଛି।
What's Your Reaction?