ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ।
ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଦିନରେ।
ନର୍ଲା ଶୁଭମ ବାର୍ତ୍ତା (ତ୍ରିଲୋଚନ ଗୌଡ଼) :- ନର୍ଲା ଡଙ୍ଗର ତଳପଡା ମା ମାଉଲି କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନରେ ଚିଚର୍ଲା ବନାମ ଦାଦପୁର ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଖେଳରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ମ୍ୟାଚ ଡ୍ର ହୋଇ ଟ୍ରାଇବ୍ରେକର ମାଧ୍ୟମରେ ୫/୩ ଗୋଲରେ ଦାଦାପୁର ବିଜୟୀ ହୋଇ ପ୍ରଥମ ସେମିଫାଇନାଲରେ ମୁଡିଙ୍ଗ ଦଳକୁ ଭେଟିବ। ଏହି ଖେଳର ମୁଖ୍ୟ ଅତିଥି ଭାବେ ପ୍ରକାଶ ଭୋଇ, ଗୈାତ୍ତମ ଚିନ୍ଦା, ନର୍ଲା ସମିତି ସଭ୍ୟ ସୁଦାମ ଝାଙ୍କର,ସର୍ଗିଗୁଡା ପଞ୍ଚାୟତ ବିଜେଡି ସଭାପତି ରାଜେନ୍ଦ୍ର ମିଶ୍ର, କ୍ରୀଡାବିତ ନାରାୟଣ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଫୁଟବଲ ଖେଳର ରେଫରି ଭାବେ ସନ୍ତୋଷାନନ୍ଦ ନାଏକ, ଲାଇନରେ ସହଯୋଗ କରିଥିଲେ ସୁରେଶ ନାଏକ, ଚୈଧୁରୀ ମାଝୀ ଓ ମ୍ୟାଚ ରେଫରୀ ଭାବରେ ଶ୍ରବଣ ବାଗ, ନାରାୟଣ ପଧାନ କାର୍ଯ୍ୟ ତୁଲାଇ ଥିଲେ।
What's Your Reaction?