ବିଡ଼ିଓ ଙ୍କ ସହ ନର୍ଲା ସରପଞ୍ଚ ସଙ୍ଘ ଓ ସମିତି ସଭ୍ୟ ଙ୍କ ମଧ୍ୟରେ ଆଲୋଚନା,
ବିଡ଼ିଓ ଙ୍କ ସହ ନର୍ଲା ସରପଞ୍ଚ ସଙ୍ଘ ଓ ସମିତି ସଭ୍ୟଙ୍କ ମଧ୍ୟରେ ଆଲୋଚନା
ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ସରପଞ୍ଚ ସଙ୍ଘର ସଭାପତି ଅନ୍ତ ରାମ ମାଝୀ ଓ ସମିତି ସଭ୍ୟ ଜୟ ମେହେର ଙ୍କ ନେତୃତ୍ୱରେ ଗତ କାଳି ଏକ ପ୍ରତିନିଧି ମଣ୍ଡଳ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ, ନିକଟରେ ଏକ ନିର୍ଦିଷ୍ଟ ରାଜ ନୈତିକ ଦଳ ବ୍ଲକ ରେ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ଆଣିଥିଲେ କିନ୍ତୁ କୌଣସି ପ୍ରକାର ଦୁର୍ନୀତି ହେଉ ନାହିଁ ସମସ୍ତ ଉର୍ନ୍ନୟନ ମୂଳ କାର୍ଯ୍ୟ ସରକାରୀ ନିୟମ ଅନୁସାରେ ହେଉଥିବା ବିଡ଼ିଓ ସହ ଆଲୋଚନା କରିଥିଲେ, ନର୍ଲା ବ୍ଲକରେ ପାନୀୟ ଜଳର ସୁବନ୍ଦୋବସ୍ତ ପାଇଁ ୧୨୫୦ ଗୋଟି ନଳ କୂପ ଖୋଲା ହେଇଛି, ଯାହାକି ଛୋଟ ମୋଟ ଅସୁବିଧା ଅଛି ତାହାକୁ ପଂଚାୟତ ଏବଂ ବ୍ଲକ ସ୍ତରରେ ସମାଧାନର ପ୍ରୟାସ କରାଯାଉଛି, ତେଣୁ ଅଯଥା ପ୍ରତିନିଧି ମାନଙ୍କ କାମରେ ହସ୍ତକ୍ଷେପ ନ କରିବାକୁ ମତ ରଖିଛନ୍ତି, ଏହା ସହ ନର୍ଲା ବ୍ଲକ ଅଧ୍ୟକ୍ଷ ନାମରେ ନର୍ଲା ତହସିଲଦାର ଆଣିଥିବା ଅଭିଯୋଗ ଉପରେ ମଧ୍ୟ୍ ଜନପ୍ରତିନିଧି ମାନେ ମତବ୍ୟକ୍ତ ରଖିଥିଲେ, ନର୍ଲା ତହସିଲଦାର କେଉଁ ଆଧାରରେ ଓ କେଉଁ ହିସାବରେ ବା କାହା ଚାପରେ ମୁନ୍ନା ମହାନ୍ତି ଙ୍କ ସମସ୍ତ ଓଡ଼ିଓ କଲ ପ୍ରସାରଣ କରାଗଲା, କିନ୍ତୁ ତହସିଲଦାର ଙ୍କୁ ହତ୍ୟା ଧମକ ଦେଇଥିବା ଓଡିଓ କଲ୍ କାହିଁକି ପ୍ରସାରଣ କରାଗଲା ନାହିଁ କିମ୍ବା ତହସିଲଦାର ଗଣ ମାଧ୍ୟମ ଆଗରେ ଜଣାଇଲେ ନାହିଁ କାହିଁକି? ଏହା କଣ ଏକ ଷଡଯନ୍ତ୍ର ବୋଲି ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା ମତପ୍ରକାଶ କରିଛନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ନେତୃତ୍ୱ କୁ ନର୍ଲା ନିର୍ବାଚନ ମଣ୍ଡଳୀର ୪ ଗୋଟି ବ୍ଲକ ତଥା ମ ରାମ ବ୍ଲକ, କାର୍ଲମୁଣ୍ଡା ବ୍ଲକ, କେସିଙ୍ଗା ବ୍ଲକ ଓ ନର୍ଲା ବ୍ଲକ ର ଜନସାଧାରଣ ସ୍ୱୀକାର କରି ଏକତ୍ରିତ ହୋଈ ମହାନ୍ତି ଦମ୍ପତି ଙ୍କ ସପକ୍ଷରେ ହୀନ ଚକ୍ରାନ୍ତ କାରୀଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଛି, ପଲ୍ଲୀ ରୁ ଦିଲ୍ଲୀ ପ୍ରଯ୍ୟନ୍ତ ଏବେ ଚର୍ଚ୍ଚା ରେ ଥିବା ଦୁର୍ଗା ପ୍ରସାଦ ମହାନ୍ତି ଙ୍କ ପ୍ରତି ଜନ ସମର୍ଥନ ବଢ଼ିବାରେ ଲାଗିଛି, ନର୍ଲା ନିର୍ବାଚନ ମଣ୍ଡଳୀରେ ଦୁଇ ବର୍ଷ ମଧ୍ୟରେ ଗାଁ କୁ ଗାଁ ନଳ କୂଅ ରୋଡ଼ ରାସ୍ତା ମନ୍ଦିର ନିର୍ମାଣ, ସ୍କୁଲ, ପ୍ରତେକ ଖେଳ ପଡିଆର ଉର୍ନ୍ନତି କରଣ ବିଦ୍ୟୁତ, ବାର୍ଦ୍ଧକ୍ୟ ଭତା ଗରିବ ପରିବାର କୁ ଆର୍ଥିକ ସହାୟତା, ଦୁଃଖ ସୁଖରେ ଠିଆ ହେବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ୨୬ଗୋଟି ପଂଚାୟତ ର ସରପଞ୍ଚ ସମିତି ସଭ୍ୟ /ସଭ୍ୟା ଓ ଗ୍ରାମ ବାସୀମାନେ ମହାନ୍ତି ଦମ୍ପତି ଙ୍କୁ ଧନ୍ୟବାଦ ଜଣାଇବା ସହିତ ଯେତେ ବିରୋଧ କଲେ ସୁଦ୍ଧା ଗ୍ରାମ ବାସୀ ମାନେ ମୁନ୍ନା ମହାନ୍ତି ସହ ଠିଆ ହେବୁ ଓ ଦରକାର ପଡିଲେ ଜୀବନ ମଧ୍ୟ ଦେବୁ ବୋଲି ମତ ପ୍ରକାଶ କରିଛନ୍ତି,
What's Your Reaction?