ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ।

Nov 12, 2026 - 08:43
Nov 12, 2026 - 08:45
 0  2
ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ।

ମା ମାଉଲି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ।

ନର୍ଲା ଶୁଭମ ବାର୍ତ୍ତା (ତ୍ରିଲୋଚନ ଗୌଡ଼ ):- ନର୍ଲା ଡଙ୍ଗର ତଳପଡାରେ ମା ମାଉଲି କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳ ଶେଷ ହୋଇଛି। ଏହି ମ୍ୟାଚରେ ମୁଡିଙ୍ଗ ଓ ଦାଦପୁର ଫୁଟବଲ ଦଳ ମଧ୍ୟରେ ଖେଳ ହୋଇଥିଲା। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାକୁ ସକ୍ଷମ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ଟ୍ରାଇବ ବ୍ରେକର ଜରିଆରେ ମୁଡିଙ୍ଗ ୪/୩ ଗୋଲରେ ଦାଦପୁରକୁ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା। ଆଜି ଦିନରେ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ଅତିଥି ଭାବେ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ଶିଳ୍ପପତି ବସନ୍ତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ‌। ଫୁଟବଲ ଖେଳକୁ ଶ୍ରବଣ ବାଗ ପରିଚାଳନା କରିଥିଲା ବେଳେ ମ୍ୟାଚ ରେଫରିରେ ସନ୍ତୋଷାନନ୍ଦ ନାଏକ ଓ ନାରାୟଣ ପଧାନ କାର୍ଯ୍ୟ ତୁଲାଇ ଥିଲେ। ଲାଇନରେ ସୁରେଶ ନାଏକ ଓ ଚୈଧୁରୀ ମାଝୀ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow