ନର୍ଲା ବିଧାୟିକା ଙ୍କ ବଢିଲା ଅଡୁଆ, ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ହେଲେ ହାଇକୋର୍ଟ ର ଦ୍ୱାରସ୍ତ,

Aug 21, 2026 - 20:07
Aug 21, 2026 - 20:25
 0  8
ନର୍ଲା ବିଧାୟିକା ଙ୍କ ବଢିଲା ଅଡୁଆ, ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ହେଲେ ହାଇକୋର୍ଟ ର ଦ୍ୱାରସ୍ତ,

ନର୍ଲା ବିଧାୟିକା ଙ୍କ ବଢିଲା ଅଡୁଆ, ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ହେଲେ ହାଇକୋର୍ଟ ର ଦ୍ୱାରସ୍ତ,

ଶୁଭମ ବାର୍ତ୍ତା :- ୨୦୨୪ ସାଧାରଣ ନିର୍ବାଚନ ରେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ମନୋରମା ମହାନ୍ତି ତାଙ୍କ ନିକଟତମ ପ୍ରାର୍ଥୀ କଂଗ୍ରେସର ଭକ୍ତ ଚରଣ ଦାସ ଙ୍କୁ ୫୦୦୦ ରୁ ଉର୍ଦ୍ଧ ଭୋଟ ରେ ପରାଜିତ କରି ବିଜୟ ଲାଭ କରିଥିଲେ ମଧ୍ୟ ତାଙ୍କ ମିଥ୍ୟା ସତ୍ୟପାଠ ମାମଲା କୁ ନେଇଁ ଶ୍ରୀଯୁକ୍ତ ଦାସ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ,ପରେ ହାଇକୋର୍ଟ ର ଶେଷ ଶୁଣାଣି ପୂର୍ବରୁ  କୌଣସି କାରଣ ରୁ ସେହି ମାମଲା କୁ ପ୍ରତ୍ୟାହୃତ କରି ଜିଲ୍ଲା ରେ ନିଜ କର୍ମୀ ମାନଙ୍କ ନଜର ରୁ ମଧ୍ୟ କଡା କଥା ଶୁଣି ଅପଦସ୍ତ ହୋଇଛନ୍ତି, କଂଗ୍ରେସ କର୍ମୀ ମାନେ ମଧ୍ୟ ଭକ୍ତ ଦାସ ଙ୍କୁ ଆଉ ବିଶ୍ୱାସ କରୁନାହାନ୍ତି,ଠିକ ଏହି ସମୟରେ ମନୋରମା ମହାନ୍ତି ଙ୍କ ମିଥ୍ୟା ସତ୍ୟପାଠ ମାମଲା କୁ ନେଇଁ ନର୍ଲା ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ମଧ୍ୟ ଉକ୍ତ ଦାସ ଙ୍କ ଭଳି ଓଡିଶା ହାଇକୋର୍ଟ ର ଦ୍ୱାରସ୍ତ ହୋଇଛନ୍ତି, ମାନ୍ୟବର କୋର୍ଟ ଶ୍ରୀଯୁକ୍ତ ପଧାନ ଙ୍କ ଆବେଦନ କୁ ଗ୍ରହଣ କରିଥିବା ବେଳେ ଆସନ୍ତା ୨୯ ତାରିଖରେ ଶୁଣାଣି ହେବ ବୋଲି ତାରିଖ ନିର୍ଦ୍ଧାରିତ କରିଥିବାରୁ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଆଡୁଆ ବଢ଼ିବାରେ ଲାଗିଛି, ଆଗାମୀ ଦିନରେ ଏହି ଘଟଣା ର ମୋଡ଼ କଣ ହେବ ତାହା ସମୟକୁ ଅପେକ୍ଷା କରିଛନ୍ତି ନର୍ଲା ନିର୍ବାଚନ ବାସୀ,

What's Your Reaction?

like

dislike

love

funny

angry

sad

wow