ଗଜାନନ ଯୁବକ ସଂଘ ପକ୍ଷରୁ ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

Jul 18, 2025 - 15:13
Jul 18, 2025 - 15:16
 0  40
ଗଜାନନ ଯୁବକ ସଂଘ ପକ୍ଷରୁ ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଗଜାନନ ଯୁବକ ସଂଘ ପକ୍ଷରୁ ଏକ ପେଡ୍ ମାଁ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ,

ଶୁଭମ ବାର୍ତ୍ତା :- କର୍ଲାମୁଣ୍ଡା ବ୍ଲକ୍ ରେଗଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଦ୍ଵାରା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ମେରା ଯୁବା ଭାରତ କଳାହାଣ୍ଡି ଶାଖା ନେତୃତ୍ବରେ 'ମାଁ ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ନର୍ସରୀ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମେହେର, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମାଜସେବୀ ଖୁସିରାମ ସାହୁ, ମହାଦେବ ସାହୁ, ତରୁଣୀ ସାହୁ ପ୍ରମୁଖ ଯୋଗଦେଇ ପରିବେଶ ପାଇଁ ବୃକ୍ଷର ମହତ୍ତ୍ଵ ଓ ବୃକ୍ଷ ରୋପଣର ଉପକାରିତା ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ କୁ ସଫଳ କରିବାକୁ ସଂଘ ସଭାପତି ଗିରିଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ ଙ୍କ ସହ ସଂଘ ସଦସ୍ୟ ଉପସ୍ଥିତ ଥିଲେ ।

କରଲାମୁଣ୍ଡା ରୁ ତପୀନ୍ଦ୍ର କୁମାର ସାହୁଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow