ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।

Jul 23, 2026 - 05:10
Jul 23, 2026 - 05:17
 0  14
ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।

 ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ।

ନର୍ଲା, (ଶୁଭମ ବାର୍ତ୍ତା) ଅଜିତ ମାଝୀ ରବିବାର ଦିନ  ଏଗାର ଘଣ୍ଟା ସମୟରେ ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ସାଂଗଠାନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ଜିଲ୍ଲା ବରିଷ୍ଟ କାର୍ଯ୍ୟକର୍ତ୍ତା ମୋର୍ଚ୍ଚା କ୍ଷୀରୋଦ ନାଏକ ସହିତ ଜିଲ୍ଲା ସମ୍ପାଦକ ପଦ୍ମନାଭ ବାଗ ଙ୍କ ନେତୃତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍ ସି ଜିଲ୍ଲା ସଭପତି ଶ୍ରୀଯୁକ୍ତ ବିଷ୍ଣୁ ନାଏକ ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ଅନାମ ନାଏକ ମୁଖ୍ୟ ବକ୍ତା ଭାବେ ପଦ୍ମ ଲୋଚନ ମିଶ୍ର ସହିତ ବିଜେପି ପାର୍ଟି ର ବରିଷ୍ଟ ନେତା ଅନିରୁଧ ପଧା ନ ଜିଲ୍ଲା ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଲବଣୀ ମହାନନ୍ଦ, ଓ ସୁଧୀର ବାଗ ଯୋଗଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ବୃନ୍ଦ ଭାରତୀୟ ଜନତା ପାର୍ଟିର କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସଧାରଣ ଲୋକଙ୍କ ଜନହିତକାରୀ ଯୋଜନା ରେ ସାମିଲ କରିବା ପାଇଁ ଉନ୍ନତି ମୂଳକ ପଦକ୍ଷେପ ଓ କାର୍ଯ୍ୟ ଉପରେ ନିନ ନିଜର ମନ୍ତ୍ୟବ୍ୟ ପ୍ରଦାନ କରିଥିଲେ ଓ ଅନୁସୂଚିତ ଜାତି ସାଂଗଠାନିକ ମୂଲ୍ୟବୋଧ କୁ ନେଇ ଚିନ୍ତନ ଓ ଚିନ୍ତାଧାରା କରିବା ଉପରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଆଠ ଗୋଟି ମଣ୍ଡଳ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ର କୋଣ ଅନୁକୋଣ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ।

What's Your Reaction?

like

dislike

love

funny

angry

sad

wow