ନକଲି ସୁନା ଅଳଙ୍କାର ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍, ୪ ଅଭିଯୁକ୍ତ ଗିରଫ ୨ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଓ ମାରୁତି ସୁଜୁକି କାର୍ ଜବତ,

Nov 9, 2026 - 15:04
Nov 9, 2026 - 17:03
 0  28
ନକଲି ସୁନା ଅଳଙ୍କାର ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍, ୪ ଅଭିଯୁକ୍ତ ଗିରଫ ୨ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଓ ମାରୁତି ସୁଜୁକି କାର୍ ଜବତ,

ନକଲି ସୁନା ଅଳଙ୍କାର ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଲୁଟ୍, ୪ ଅଭିଯୁକ୍ତ ଗିରଫ ୨ ଲକ୍ଷ ୬୯ ହଜାର ୬୦୦ ଟଙ୍କା ଓ ମାରୁତି ସୁଜୁକି କାର୍ ଜବତ,

କଳାହାଣ୍ଡି, ୦୮/୧୧ (ଶୁଭମ ବାର୍ତ୍ତା): ନକଲି ସୁନା ଅଳଙ୍କାର ବିକ୍ରି କରିବାର ପ୍ରଲୋଭନ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଜୋରଜବରଦସ୍ତି ଛଡ଼ାଇ ନେବା ଅଭିଯୋଗରେ ଭବାନୀପାଟଣା ସଦର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କଠାରୁ ନଗଦ ୨ ଲକ୍ଷ ୬୯ ହଜାର ୬୦୦ ଟଙ୍କା ସହ ଘଟଣାରେ ବ୍ୟବହୃତ ଏକ ମାରୁତି ସୁଜୁକି କାର୍ ଜବତ କରାଯାଇଛି।ପୁଲିସ ସୂଚନା ଅନୁସାରେ, ଗତ ୫ ତାରିଖରେ ମନୋଜ ସୁନାନୀ, ଚମରା ନାଏକ, ଭକ୍ତି ହରିଜନ ଓ ନରେନ୍ଦ୍ର ଗୌଡ଼ ନାମକ ଚାରି ଜଣ ଯୁବକ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଫୁଣ୍ଡା ଗ୍ରାମର ଚକ୍ରଧର ହରପାଲଙ୍କୁ ସୁନା ଅଳଙ୍କାର ବିକ୍ରି କରିବାର ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ତାଙ୍କୁ ଭବାନୀପାଟଣା ସଦର ଥାନା ଅଧୀନ ଅଟାଙ୍ଗଗୁଡ଼ା ନିକଟସ୍ଥ ଏକ ନିଛାଟିଆ ସ୍ଥାନକୁ ଡକାଯାଇଥିଲା।ଚକ୍ରଧର ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ତାଙ୍କୁ ନକଲି ସୁନା ଅଳଙ୍କାର ଦେଇ ତାଙ୍କଠାରୁ ଜୋରଜବରଦସ୍ତି ୪ ଲକ୍ଷ ଟଙ୍କା ଛଡ଼ାଇ ନିଆଯାଇଥିବା ନେଇ ସେ ସଦର ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ସଦର ଥାନା ପୁଲିସ ଏସ୍‌ଆଇ ଶିବଶଙ୍କର ମହାନ୍ତି ଘଟଣାର ତଦନ୍ତ ଆରମ୍ଭ କରି ଚାରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲେ। ସେମାନଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ ୨,୬୯,୬୦୦ ଟଙ୍କା ଓ ଏକ ମାରୁତି ସୁଜୁକି କାର୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଚମରା ନାଏକ ବିଜେପୁର ଥାନା ଅନ୍ତର୍ଗତ କମଲେଇ ଗ୍ରାମର, ମନୋଜ ସୁନାନୀ ନର୍ଲା ଥାନା ଅନ୍ତର୍ଗତ ଘଣ୍ଟମାଲ ଗ୍ରାମର ଏବଂ ନରେନ୍ଦ୍ର ଗୌଡ଼ ସଦର ଥାନା ଅନ୍ତର୍ଗତ ବୋରଭଟ୍ଟା ଗ୍ରାମର ବୋଲି ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଶିବଶଙ୍କର ମହାନ୍ତି ସୂଚନା ଦେଇଛନ୍ତି। ଚତୁର୍ଥ ଅଭିଯୁକ୍ତ ଭକ୍ତି ହରିଜନଙ୍କ ଗ୍ରାମ ସମ୍ପର୍କରେ ସୂଚନା ମିଳିନାହିଁ।ଗିରଫ ଚାରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

What's Your Reaction?

like

dislike

love

funny

angry

sad

wow