ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ,

Mar 30, 2026 - 17:50
 0  79
ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ,

ତହସିଲଦାର ଙ୍କୁ ବିଜେଡ଼ି ବିଧାୟିକା ଙ୍କ ସ୍ୱାମୀ ହତ୍ୟା ଧମକ ପ୍ରତିବାଦ ରେ ବିଜେପି ର ବିକ୍ଷୋଭ

 

ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ଚାରିଛକ ଠାରେ ରବିବାର ସନ୍ଧ୍ୟା ୭ଘଣ୍ଟା ସମୟରେ ବିଜେପି ନର୍ଲା ଶାଖା ପକ୍ଷରୁ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓରଫ( ମୁନ୍ନା ) ମହାନ୍ତି ଙ୍କ ବିପକ୍ଷରେ ଶତାଧିକ ବିଜେପି କର୍ମୀ ବିଭିନ୍ନ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସୂଚନା ଅନୁଯାୟୀ ଗତ କିଛିଦିନ ତଳେ ନର୍ଲା ବିଜେଡି ବିଧାୟିକା ମନୋରମା ମହାନ୍ତି ଙ୍କ ସ୍ଵାମୀ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି କୌଣସି ଏକ କାର୍ଯ୍ୟକୁ ନେଇ ନର୍ଲା ତହସିଲଦାର ଙ୍କୁ ଫୋନ ଯୋଗେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ତହସିଲଦାର ଶ୍ରୀ ବିଭୁ ପ୍ରସାଦ ସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏଭଳି ନର୍ଲା ବ୍ଲକ ରେ ବିଧାୟିକା ଙ୍କ ସ୍ଵାମୀ ବିଭିନ୍ନ ଅଧିକାରୀ ମାନଙ୍କୁ ବିଭିନ୍ନ ସମୟରେ ଧମକ ଚମକ ଦେଇ ଭୟଭୀତ କରି ନିଜର ସ୍ୱାର୍ଥ ସାଧନ କରୁଥିବା ଏବଂ ସରକାରୀ କଳ କୁ ନିଜ ବାହୁ ବଳରେ ରଖି ଦୀର୍ଘ ଦଶ ବର୍ଷ ଧରି ବ୍ଲକ କୁ ସମ୍ପୂର୍ଣ ଦୁର୍ନୀତି ରେ ବୁଡାଇ ରଖିଥିବା ବିଜେପି କର୍ମୀ ମାନେ ଅଭିଯୋଗ ଆଣିଛନ୍ତି ଏବଂ ଦୁର୍ନୀତି ଖୋର ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ରଫ (ମୁନ୍ନା) ମହାନ୍ତି ଙ୍କୁ ତୁରନ୍ତ ପୋଲିସ ଗିରଫ କରିବା ପାଇଁ ଶତାଧିକ ବିଜେପି କର୍ମୀ ଗଣ ମାଧ୍ୟମ ସମ୍ମୁଖରେ ଦାବି କରିଥିବା ବେଳେ ଅପର ପକ୍ଷରେ ବିଜେଡି କର୍ମୀ ମାନେ ମଧ୍ୟ ସୋମବାର ସକାଳ ୧୧ ଘଣ୍ଟା ସମୟରେ ବିଧାୟିକା ଙ୍କ ସ୍ଵାମୀ ଙ୍କୁ ମିଥ୍ୟା କେସ ରେ ଆକ୍ରୋଶ ମୂଳକ ଭାବରେ ବିଜେପି ସରକାର ଫସାଇବା ଉଦ୍ୟମ କରୁଥିବା ଅଭିଯୋଗ ଆଣି ସରକାର ବିରୋଧୀ ବିଭିନ୍ନ ନାରା ଦେଇ ଶତାଧିକ ବିଜେଡି କର୍ମୀ ନର୍ଲା ତହସିଲ ଅଫିସ ଠାରୁ ଏକ ଶୋଭାଯାତ୍ରା ରେ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରତିବାଦ ଜଣାଇଛନ୍ତି ଏଭଳି ପରିସ୍ଥିତି ଦୁଇ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି କିନ୍ତୁ କଳାହାଣ୍ଡି ଏସ ପି ଓ ନର୍ଲା ପୋଲିସ ପରିସ୍ଥିତି କୁ କଡ଼ା ନଜର ରଖି ଅନୁସନ୍ଧାନ ଚଳାଇ ଥିବା ସୂଚନା ରହିଛି

What's Your Reaction?

like

dislike

love

funny

angry

sad

wow