ନର୍ଲା ଡ଼ଙ୍ଗର ତଳ ପଡା ମା ମାଉଲି ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ଉଦଘାଟନ
ନର୍ଲା ଡ଼ଙ୍ଗର ତଳ ପଡା ମା ମାଉଲି ନକ ଆଉଟ ଫୂଟବଲ ଟୁର୍ନାମେଣ୍ଟ ଉଦଘାଟନ,
ଶୁଭମ ବାର୍ତ୍ତା :- ନର୍ଲା ଡଙ୍ଗର ତଳପଡା ମା ମାଉଲି କ୍ଲବ୍ ଆନୁକୂଲ୍ୟରେ ପ୍ରଥମ ମାଁ ମାଉଳି ନକ୍ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଏଥିରେ ଆଠ ଗୋଟି ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି। ଉଦଘାଟିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସୁନୀଲ କୁମାର ଚାନ୍ଦ କ୍ରୀଡା ପତାକା ଉତୋଳନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।କ୍ଲବର ସଦସ୍ୟ କିଶୋର ମାଝୀ, ଘାସିରାମ ସାହୁ, ଲକ୍ଷ୍ମଣ ମାଝୀ,ସୁଦାମ ବେମାଲ ଉପସ୍ଥିତ ରହିଥିଲେ। କ" ବିଭାଗରେ ଡଙ୍ଗର ତଳପଡା ଫୁଟବଲ ଦଳ ମୁଡିଙ୍ଗ,ଚିଚର୍ଲା,ଦାଦପୁର ଥିବା ବେଳେ ଖ ବିଭାଗରେ ନର୍ଲା,ସୁଡିଙ୍ଗ ପଦର,ଟକର୍ଲା,ବଗାଡ ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରଥମ ଦିନରେ ମୁଡିଙ୍ଗ ଓ ଡଙ୍ଗର ତଳପଡା ମଧ୍ୟରେ ଖେଳ ହୋଇଥିଲା। ଖେଳର ନିର୍ଧାରିତ ସମୟରେ ମୁଡିଙ୍ଗ ଦଳ ୧ ଗୋଳ ଦେଇ ବିଜୟୀ ହୋଇଥିଲା। ଖେଳକୁ ପରିଚାଳନା କରିଥିଲେ ଶ୍ରବଣ କୁମାର ବାଗ, ଲାଇନରେ ସହଯୋଗ କରିଥିଲେ ସୁରେଶ ନାଏକ ଓ ଚୈଧୁରୀ ମାଝି।ମ୍ୟାଚ ରେଫରି ଭାବେ ନାରାୟଣ ପଧାନ ଓ ଶ୍ରବଣ ପୂଝାରି କାର୍ଯ୍ୟ ତୁଲାଇ ଥିଲେ।ମା ମାଉଲି କ୍ଲବର ସଦସ୍ୟ ମାନେ ଖେଳରେ ସହଯୋଗ କରିଥିଲେ।ଏବଂ ଆଜିର ମ୍ୟାଚ ରେ ଚିଚଲ୍ଲା ଫୁଟବଲ ଦଳ ଭେଟିବ ଦାଦ ପୂର ଫୁଟବଳ ଦଳକୁ,
ନର୍ଲା ରୁ ତ୍ରିଲୋଚନ ଗୌଡ଼ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?