ବିଷମ କଟକ ICDS ର ସିଡିପିଓ ଓ କିରାଣୀ ଭିଜିଲାସନ୍ସ ଦ୍ୱାରା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି |

Jun 23, 2025 - 20:31
Jun 23, 2025 - 20:34
 0  386
ବିଷମ କଟକ ICDS ର ସିଡିପିଓ ଓ କିରାଣୀ ଭିଜିଲାସନ୍ସ ଦ୍ୱାରା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି |

ବିଷମ କଟକ ICDS ର ସିଡିପିଓ ଓ କିରାଣୀ ଭିଜିଲାସନ୍ସ ଦ୍ୱାରା ଲାଞ୍ଚ ନେବାବେଳେ ଧରା ପଡିଛନ୍ତି |

ଶୁଭମ ବାର୍ତ୍ତା :-ଆଜି ତା -23/06/2025 ରିଖ ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କାବୁ କରିଥିବା ଜଣାପଡିଛି। ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସୁଶୀଳାଙ୍କୁ ଧରିଛି। ଏନେଇ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ସୂଚନା ଦେଇଛନ୍ତି।ତେବେ ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନଓ୍ବାଡି ଶୀତ ୱାଡକା ଙ୍କଠାରୁ ସେ ଲାଞ୍ଚ ନେଇଥିବା ସୂଚନା ମିଳିଛ l

ରାୟଗଡା ରୁ ଧନୁର୍ଜୟ ରାଜୁ ଙ୍କ ରିପୋର୍ଟ ଶୁଭମବାର୍ତ୍ତା |

What's Your Reaction?

like

dislike

love

funny

angry

sad

wow