ନର୍ଲା ବସ୍ ଷ୍ଟାଣ୍ଡ ସଫେଇ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଙ୍କ ଯୋଗଦାନ,
ନର୍ଲା ବସ୍ ଷ୍ଟାଣ୍ଡ ସଫେଇ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ଙ୍କ ଯୋଗଦାନ,
ନର୍ଲା ଶୁଭମ ବାର୍ତ୍ତା :- -ଦୀର୍ଘ ବର୍ଷ ଧରି କଳାହାଣ୍ଡି ଜିଲ୍ଲା ନର୍ଲା ସହର ସ୍ଥିତ ବସ୍ ଷ୍ଟାଣ୍ଡ ଠାରେ ଅଳିଆ ଆବର୍ଜ୍ଜନା ହୋଇ ପଡିରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଙ୍କ ଆନ୍ତରିକତା ଅଭାବ ଯୋଗୁଁ ସଫେଇ କାର୍ଯ୍ୟ ହୋଇ ନ ଥିଲା। ନିକଟ ଅତୀତରେ ରାଜ୍ୟ ସରକାର ନର୍ଲା କୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବା ପରେ ମଧ୍ଯ ନର୍ଲା ସହରର ଆଖିଦୃଶିଆ ଉନ୍ନତି ହେବାରେ ବିଳମ୍ବ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତନ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ ଓ ସୁମନ୍ତ ପୂଝାରୀ ଦୁହେଁ ମିଶି ଆଜି ଶନିବାର ଦିନ ସକାଳ ଦଶ ଘଣ୍ଟା ସମୟରେ ନର୍ଲା ବସ୍ ଷ୍ଟାଣ୍ଡ ଠାରେ ଦୀର୍ଘ ଦିନ ଧରି ପଡ଼ିଥିବା ଅଳିଆ ଆବର୍ଜ୍ଜନା କୁ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ ଓ ନର୍ଲା ସହରକୁ ସୁସ୍ଥ ସମାଜ ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି।
What's Your Reaction?