ରୁପ୍ରାରୋଡ ରେ ହନୁମାନ ଜୟନ୍ତୀ ପାଳିତ,

Apr 3, 2026 - 10:10
Apr 3, 2026 - 10:12
 0  61
ରୁପ୍ରାରୋଡ ରେ ହନୁମାନ ଜୟନ୍ତୀ  ପାଳିତ,

ରୁପ୍ରାରୋଡ ରେ ହନୁମାନ ଜୟନ୍ତୀ ପାଳିତ,

 ଶୁଭମ ବାର୍ତ୍ତା :-କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ମିଳିତ ସହଯୋଗରେ ଆଜି ଗୁରୁବାର ଦିନ ହନୁମାନ ଜୟନ୍ତୀ ମହାଧୁମ ଧାମରେ ପାଳିତ ହୋଇ ଯାଇଛି। ସ୍ଥାନୀୟ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ଦ୍ୱାରା ଭଗବାନ ହନୁମାନ ଙ୍କ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ରଥରେ ବସାଇ ନଗର ପରିକ୍ରମା କରାଯାଇଥିଲା। ଏହି ଶୋଭାଯାତ୍ରାରେ ରୁପ୍ରାରୋଡ ଗ୍ରାମ ର ସମସ୍ତ ପରିବାର ର ମହିଳା ପୁରୁଷ, ଯୁବକ, ଯୁବତୀ ଅଂଶ ଗ୍ରହଣ କରିଥିଲେ। ଶୋଭାଯାତ୍ରା ସହିତ ସ୍ଥାନୀୟ ହନୁମାନ ମନ୍ଦିର ପରିସରରେ ଭଜନ କୀର୍ତନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ରେ ରୁପ୍ରାରୋଡ ଗ୍ରାମ ବାସୀ ଙ୍କ ଦ୍ୱାରା ମନ୍ଦିର ପରିସରରେ ଅନ୍ନ ମହାପ୍ରସାଦ ରେ ଶହ ଶହ ସଂଖ୍ୟାରେ ମହିଳା ପୁରୁଷ ଓ ଜନସାଧାରଣ ଅନ୍ନ ପ୍ରସାଦ ପାଇବା ପାଇଁ ପ୍ରବଳ ଭିଡ଼ ହୋଇଥିଲା।ଏହି କାର୍ଯ୍ୟ କ୍ରମ ଟି କୁ ରତନ ଅଗ୍ରୱାଲ, ବଣ୍ଟି ଶର୍ମା, ବଣ୍ଟି ଖେତାନ, ଅମିତ ଅଗ୍ରୱାଲ, ସାନୁ ଶର୍ମା, ପ୍ରଦିପ ଅଗ୍ରୱାଲ, ଦୀନେଶ ଅଗ୍ରବାଲ,ଅନିଲ, ଓମପ୍ରକାଶ ଅଗ୍ରବାଲ, ବବଲୁ ଜ୍ୟେନ, ବିଜୟ ଅଗ୍ରବାଲ, ଟିଟୁ ଅଗ୍ରବାଲ,ମୁକେଶ ଅଗ୍ରବାଲ, କମଲ ଅଗ୍ରବାଲ, ଛୋଟୁ ଅଗ୍ରବାଲ, ଅମର ଅଗ୍ରବାଲ, ଆଲୋକ ଅଗ୍ରବାଲ, ସନ୍ଦିପ ଶର୍ମା, ପବନ ଶର୍ମା, ଭାରତି ମହାନ୍ତି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ ର ସଭାପତି ସୁବାଷ ଅଗ୍ରୱାଲ, ଦୀପକ ମହାନ୍ତି, କାଲିଚରଣ ମହାପାତ୍ର, ବାପି ମହାନ୍ତି, ମହେଷ ଅଗ୍ରବାଲ,ଅନିଲ, ଗୋବିନ୍ଦ ରାମ ଅଗ୍ରବାଲ, ରାଜେଶ ଦତ୍ତା, ମହେଷ କୋଟକ, ମାରବାଡି ସମ୍ମେଳନ ର ରାଧେଶ୍ୟାମ ଖେତାନ ,ପ୍ରଦିପ ଅଗ୍ରୱାଲ, ସୁମିତ ଅଗ୍ରବାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ପୂଜକ ରୁପେ ବିଷ୍ଣୁ ଶର୍ମା ସହଯୋଗ କରିଥିଲେ । ଏହା ସହିତ ରୁପ୍ରାରୋଡ ପଂଚାୟତ ବୁଡିପଦର ସ୍ଥିତ ରାମାନୁଜ ରାଇସ ମିଲରେ ମଧ୍ୟ ହନୁମାନ ଜୟନ୍ତୀ ପାଳନ ସହିତ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା।

ନର୍ଲା ରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow