କମର୍ଦ୍ଧା ପଂଚାୟତ ରେ ବିନା ସୂଚନା ଫଳକ ରେ ସରକାରୀ କୋଠା, ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

Apr 12, 2025 - 13:41
Apr 12, 2025 - 13:44
 0  218
କମର୍ଦ୍ଧା ପଂଚାୟତ ରେ ବିନା ସୂଚନା ଫଳକ ରେ ସରକାରୀ  କୋଠା, ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

କମର୍ଦ୍ଧା ପଂଚାୟତ ରେ ବିନା ସୂଚନା ଫଳକ ରେ ସରକାରୀ କୋଠା,ନିମ୍ନମାନର କାମ କୁ ନେଇଁ ଗ୍ରାମବାସୀ ଅସନ୍ତୋଷ,

ଲାଞ୍ଜିଗଡ ଶୁଭମ ବାର୍ତ୍ତା :- ଲାଞ୍ଜିଗଡ ବ୍ଲକ୍ ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଆର.ଆଇ ଅଫିସ ରାସ୍ତା ପାଖରେ ଏକ ସରକାରୀ ଅଫିସ ନିର୍ମାଣରେ ମହା ଦୁର୍ନୀତି,ନା ଅଛି ସୂଚନା ଫଳକ , ଏହିଠାରେ 8 MM ର ରଡ଼ ରେ ସରକାରୀ କୋଠା ଘର ର ପିଲର ନିର୍ମାଣ ହେଥିବା ଦେଖିବାକୁ ମିଳିଛି, କମର୍ଦ୍ଧା ପଂଚାୟତ ର ଠିକାଧାର ଓ ଯନ୍ତ୍ରୀ ମିଶି ସରକାରୀ ଟଙ୍କା କୁ ଆତ୍ମ ସାତ କରୁଥିବା ଅଭିଯୋଗ ଆଣିଛନ୍ତି ଉଲିଗୁଞ୍ଜେର ଗ୍ରାମ ବାସୀ,ଏଠି ପ୍ରଶ୍ନ ଉଠୁଛି କାହାରୀ ନିର୍ଦେଶରେ ସରକାରୀ ଟଙ୍କା କୁ ଆତ୍ମ ସାତ କରିବା ବ୍ଲକ ପ୍ରଶାସନ ନା ପଂଚାୟତ ପ୍ରଶାସନ ସହଯୋଗ ଏବେ ପ୍ରଶ୍ନ ଉଠିଛି, ଠିକାଦାର୍ କାମ କରିଥିବା ବେଳେ ବିନା ସୂଚନା ଫଳକ ରେ ନିର୍ମାଣ ହେଉଥିବା କୋଠା କୁ ନେଇ ଦ୍ଵନ୍ଦ ରେ ଗ୍ରାମବାସୀ। ସର୍ବ ସାଧାରଣ ଅବଗତି ନିମନ୍ତେ ସୂଚନା ଫଳକ ରେ କୋଉ ବିଭାଗ ର କାମ , ଠିକାଦାର୍ କିଏ? କାର୍ଯ୍ୟର ଆରମ୍ଭ ତାରିଖ ଓ ଶେଷ ତାରିଖ ସହ ନିର୍ମାଣାଧୀନ କୋଠା ର ଅଟକଳ ପରିମାଣର କେତେ ଲେଖା ଥିବା କଥା କିନ୍ତୁ ଏହି କୋଠା ନିର୍ମାଣ ର କୌଣସି ସଂକେତ ନାହିଁ ଯାହାକି ସାଧାରଣ ଜନତା ଙ୍କୁ ଆଶ୍ଚର୍ଯ୍ୟ କରିଛି। ଯନ୍ତ୍ରୀ ଙ୍କ ନିଘା ନାହିଁ। ସରକାରୀ ନିୟମ କୁ ଖୋଲା ଖୋଲି ଉଲଂଘନ କରି ନିମ୍ନ ମାନର କାମ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ । ଏଥି ପ୍ରତି ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ 

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow