ଡଙ୍ଗା ଭସାଇ କାର୍ତ୍ତିକ ବୁଡ଼ ପକାଇଲେ ନର୍ଲା ଅଞ୍ଚଳ ର କାର୍ତ୍ତିକ ବ୍ରତ ଧାରୀ ଓ ଶ୍ରଦ୍ଧାଳୁ,

Nov 5, 2025 - 14:15
 0  9
ଡଙ୍ଗା ଭସାଇ କାର୍ତ୍ତିକ ବୁଡ଼ ପକାଇଲେ ନର୍ଲା ଅଞ୍ଚଳ ର କାର୍ତ୍ତିକ ବ୍ରତ ଧାରୀ ଓ ଶ୍ରଦ୍ଧାଳୁ,

ଡଙ୍ଗା ଭସାଇ କାର୍ତ୍ତିକ ବୁଡ଼ ପକାଇଲେ ନର୍ଲା ଅଞ୍ଚଳ ର କାର୍ତ୍ତିକ ବ୍ରତ ଧାରୀ 

ଶୁଭମ ବାର୍ତ୍ତା -ନର୍ଲା :- ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଏ। ଏହି ମାସରେ ନିରାମିଷ ରହି ନିଷ୍ଠାର ସହିତ ଭଗବାନ୍ ଙ୍କୁ ପ୍ରାର୍ଥନା କଲେ ପୂଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି, ସେଥି ପାଇଁ ବିଶେଷ କରି ଓଡ଼ିଶାର ଗାଁ ଠୁ ସହର ଚାରିଆଡ଼େ ଲୋକେ କାର୍ତ୍ତିକ ବ୍ରତ ପାଳନ କରନ୍ତି । ଅନେକ୍ ସ୍ଥାନରେ ଦୀର୍ଘ ଏକ ମାସ ଧରି ଏହି ବ୍ରତକୁ ପାଳନ କରୁଥିବା ବେଳେ ନର୍ଲା ଅଞ୍ଚଳବାସୀ ମାସର ଶେଷ ପାଞ୍ଚ ଦିନକୁ ପଂଚୁକ ଭାବରେ ପାଳନ କରନ୍ତି। ସେଥିପାଇଁ ଏହି ପାଞ୍ଚ ଦିନ ସହରର ବିଭିନ୍ନ ସାହି ରେ ପୂଜା ପାଠ ସହିତ ପୁରାଣ ପଠନ,ଭଜନ କୀର୍ତ୍ତନ କରି ଶେଷ ଦିନରେ ରାତି ଉଜାଗର ରହିଥାନ୍ତି।ପାହାନ୍ତିଆ ରୁ ବୁଡ଼ ପକାଇବା ସହିତ ଦୀପ ଲାଗିଥିବା ଡଙ୍ଗା ଭସାଇ ନିଜ ପରିବାର ସହିତ ସମସ୍ତ ଙ୍କ ମଙ୍ଗଳ କାମନା କରିଥାନ୍ତି।

    ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow