କପା ଫସଲ ନଷ୍ଟ, ଚିନ୍ତା ରେ ଚାଷୀ ,

Oct 14, 2025 - 11:35
Oct 14, 2025 - 11:37
 0  78
କପା ଫସଲ ନଷ୍ଟ, ଚିନ୍ତା ରେ ଚାଷୀ  ,

କପା ଫସଲ ନଷ୍ଟ, ଚିନ୍ତା ରେ ଚାଷୀ   

 ଶୁଭମ ବାର୍ତ୍ତା :- କଥାରେ ଅଛି ଚାଷ କାମ ଯାହାର କେଡେ ସୁଖ ତାହାର କିନ୍ତୁ ତାର ଓଲଟା ଚିତ୍ର ଦେଖିବାକୁ ମିଳିଥାଏ ଚାଷୀଙ୍କ ଜୀବନରେ। କେବେ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀଙ୍କ ଚାଷ କାମ ରେ ବ୍ୟାଘାତ ସୃଷ୍ଟି ହେଉଥିବା ବେଳେ କେବେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଫସଲ ନଷ୍ଟ ହେଉଛି ,ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ରେ କପା ଚାଷ କରୁଥିବା ବିଭିନ୍ନ ଗାଁ ରେ । କଳାହାଣ୍ଡି ଜିଲ୍ଲା ରେ ହଜାର ହଜାର ହେକ୍ଟର ଜମି ରେ କପା ଚାଷ କରି ଲାଭବାନ ହୋଇଥାନ୍ତି ଚାଷୀ, ସେଥିପାଇଁ କଳାହାଣ୍ଡି ଜିଲ୍ଲା ରେ କପା କୁ ଧଳା ସୁନା ବୋଲି ମଧ୍ୟ କହିଥାନ୍ତି ଲୋକେ ।କିନ୍ତୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅମଳ ହେବାକୁ ଥିବା କପା ଚାଷ ୪୦ ରୁ ୫୦ ପ୍ରତିଶତ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାର କରଜ ସହ ଅନେକ୍ ଆଶା ନେଇ ଚାଷ କରିଥିଲେ ଚାଷୀ,ହେଲେ ଅମଳ ପୂର୍ବରୁ ଚାଷ ନଷ୍ଟ ହେବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି ,ଚିନ୍ତା ରେ ଅଛନ୍ତି କପା ଚାଷୀ। ବିଭାଗୀୟ ଅଧିକାରୀ କ୍ଷୟ କ୍ଷତି ର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହେଉଛି।

   ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow