ସାପ କାମୁଡ଼ାରେ ଯୁବକର ମୃତ
ସାପ କାମୁଡ଼ାରେ ଯୁବକର ମୃତ,
ଗୋଲାମୁଣ୍ଡା .୬/୬( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଞ୍ଚଳର କୁମ୍ଭାରୀ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକର ମୃତୁ ଘଟିଛି। ମୃତ ଯୁବକ ଜଣକ ହେଲେ ଉକ୍ତ ଗ୍ରାମର ପ୍ରତାପ ପୁଟେଲ (୩୬) । ଘରେ ଶୋଇଥିବା ଅବସ୍ଥାରେ ରାତ୍ରି ୩ ଘଟିକା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଅଧିକ ଗୁରୁତର ହେବାରୁ ଏକ ବୋଲେରୋ ଗାଡ଼ିରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତାପଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ପହଞ୍ଚି ଶବଟିକୁ ଜବତ କରିଥିଲେ। ଘଟଣାସ୍ଥଳରେ ମୃତକର ସ୍ତ୍ରୀ ସୁଫଳ ପୁଟେଲଙ୍କ ଲିଖିତ ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାରବର୍ଗ ଙ୍କୁ ଶବ ସତ୍କାର ପାଇଁ ହସାନ୍ତର କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
What's Your Reaction?