ଭବାନୀପାଟଣା ସହର ହିଲ ଟାଉନଠାରେ ସିଭିଲ ସୋସାଇଟିର ୧୨ତମ ବାର୍ଷିକ ଉତ୍ସବ,
ଭବାନୀପାଟଣା ସହର ହିଲ ଟାଉନଠାରେ ସିଭିଲ ସୋସାଇଟିର ୧୨ତମ ବାର୍ଷିକ ଉତ୍ସବ,
କଳାହାଣ୍ଡି, ୦୪/୦୧(ଜଗନ୍ନାଥ ନାଏକ) :- ଶୁଭମ ବାର୍ତ୍ତା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ହିଲ ଟାଉନରେ ଥିବା ସିଭିଲ ସୋସାଇଟିର ୧୨ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଶ ପ୍ରଧାନ ବିଶିଷ୍ଟ ଅତିଥି ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ଟର ନିହାରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଓ ଭବାନୀପାଟଣା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ହିଲଟାଉନ ରେ ଲାଗିରହିଥିବା ଜଳବନ୍ଦୀ ସମସ୍ୟା ଦୂରୀକରଣ ଦିଗରେ କାମ କରିବେ ବୋଲି ମତପ୍ରକାଶ କରିଥିଲେ। ସିଭିଲ ସୋସାଇଟି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଓ ସମ୍ପାଦକ ଜିତେନ୍ଦ୍ର କୁମାର ମୁଣ୍ଡ ୧୨ତମ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବ୍ରହ୍ମାନନ୍ଦ ସାମଲଙ୍କ ଶିଶୁ କବିତା ସଂକଳନ 'ଚାରିଚାନ୍ଦ' ଉନ୍ମୋଚନ କରାଯାଇଥିଲା। ଏଥିସହ ଆନ୍ତର୍ଜାତୀୟ ପାର୍ବତାରୋହୀ ଯୋଗବ୍ୟାସ ଭୋଇ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଭ ପ୍ରଧାନ ଓ ବିଶିଷ୍ଟ ଲେଖିକା ସ୍ନେହଲତା ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏକ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ସିଭିଲ ସୋସାଇଟିର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାକୁ ପ୍ରଫେସର ବିପିନ ବିହାରୀ ପଣ୍ଡା ଉଦଘାଟନ କରିଥିଲେ। ଉତ୍ସବରେ ୭୫ ବର୍ଷରୁ ଅଧିକ ବୟସର ବରିଷ୍ଠ ସଦସ୍ୟଙ୍କୁ ଓ ପୂଜ୍ୟପୂଜା, ପୂରସ୍କାର ବଣ୍ଟନ, ୧୧ ଟି ନବବିବାହିତ ଦମ୍ପତିଙ୍କୁ ସମ୍ବର୍ଦ୍ଧନା ଓ ନୂତନ ସଦସ୍ୟଙ୍କୁ ସ୍ୱାଗତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଶେଷରେ ଉପାଧ୍ୟକ୍ଷ ଗଣପତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
What's Your Reaction?