କୁଲେରଗୁଡା ଠାରେ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୫ ତମ ଜୟନ୍ତୀ ଉତ୍ସବ ପାଳନ,

Jan 4, 2026 - 20:25
 0  15
କୁଲେରଗୁଡା ଠାରେ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୫ ତମ ଜୟନ୍ତୀ ଉତ୍ସବ ପାଳନ,

କୁଲେରଗୁଡା ଠାରେ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ୧୯୫ ତମ ଜୟନ୍ତୀ ଉତ୍ସବ ପାଳନ,

କଳାହାଣ୍ଡି, ୦୪/୦୧(ଜଗନ୍ନାଥ ନାଏକ) ଶୁଭମ ବାର୍ତ୍ତା : ଆଜି କୋକସରା ବ୍ଲକ କୁଲେରଗୁଡା ସୋରିପଡା ଠାରେ ମାତା ସାବିତ୍ରୀ ବାଇ ଫୁଲେ ସଂଗଠନ, ମୂଳନୀବାସୀ ବହୁଜନ ମିଳିତ ମହାସଂଘ, ମହିଳା ଶାଖା ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ କୋକସରା ବ୍ଲକ ତରଫରୁ ମାତା ସାବିତ୍ରୀ ବାଇ ଫୁଲେ ଙ୍କ 195 ତମ ଜୟନ୍ତୀ ପାଳନ କରାଯାଇଛି। ମହିଳା ନେତ୍ରୀ ରମଣୀ ଦୁରିଆ ଙ୍କ ନେତୃତ୍ୱ ରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ -ଧୀମାନ ରାଧାକାନ୍ତ ଛତ୍ରୀ, ମୁଖ୍ୟ ବକ୍ତା ଭାବେ- ଅବସର ପ୍ରାପ୍ତ ପ୍ରିନ୍ସପାଲ ଧୀମାନ ଛବିଲାଲ ସାହୁ,ସମ୍ମାନିତ ଅତିଥି ଧୀମାନ ଡା ବିବେକାନନ୍ଦ ମହାନନ୍ଦ, କୋକସରା ବ୍ଲକ ଉପା-ଧ୍ୟକ୍ଷ ଧୀମାନ ରାଜୁ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ -ଧୀମାନ ହେମନ୍ତ ମାଝୀ, କୋକସରା ବ୍ଲକ ପୂର୍ବତନ , ଅଧ୍ୟକ୍ଷ.- ସଭ୍ୟାରାଣୀ ବାଗ, ମହିଳା ମୋର୍ଚା ଜାତୀୟ ସଭାନେତ୍ରୀ - କମଳିନୀ ଯାଦବ, ସରପଞ୍ଚ - ଧୀମାନ ଜୟଲାଲ ନାଗ, ସମିତି ସଭ୍ୟ - ରାଜୀବ ଖମାରୀ, ବାମସେଫ ର କର୍ମକର୍ତା ଧୀମାନ ଡମ୍ବରୁଧର ମାଝୀ, ଧୀମାନ ଶଶୀଭୁଷଣ ମଙ୍ଗରାଜ, ଧୀମାନ ଲବ କରୁଆଁ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମୂଳନୀବାସୀ ମହିଳା ସଂଗଠନର , ଏସ. ସୁଜାତା, ସ୍ନେହଲତା ଦୁର୍ଗା, ବୀଣାପାଣି ଦୁର୍ଗା, ଇନ୍ଦୁରେଖା ବାଗ, ପ୍ରେମିଶିଲା ପାଣିଗ୍ରାହୀ, ଜଗନ୍ନାଥ ନାଏକ,ଜଳେନ୍ଦ୍ରି ଖମାରୀ, ରୁନି ନାଗ, ସରସ୍ବତୀ ସୋରି, ଯଶୋଦା ରାଉତ, ନିର ନାଏକ, ବନିତା ନାଏକ, ରିଙ୍କି ଆଚରି, ରୀନା ମାଝୀ, ହୀରାମଣି ଛତ୍ରିଆ, ଲକ୍ଷ୍ମୀପ୍ରିୟା ଦାସ, ସରିତା ଗୋପାଳ, ଜୁଲି ସେଠିଆ, ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧରେ କୋକସରା କଲେଜ ପୂର୍ବତନ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ରଘୁନାଥ ଖମାରୀ, ଲାଲୁ ମେହେର, ହେଜମନ ନିଆଲ, ନିଆଲ, ଅଭିମନ୍ୟୁ ବାଗ, ଭୁଜବଲ ସୋରି, ପ୍ରଧାନୀ ବାଗ, କେଶବ ମାଝୀ, ରମେଶ ମେହେର, ଦିଗାମ୍ବର ଦୁରିଆ, କିଶୋର ପଟେଲ ଆଦି ଶତାଧିକ ଲୋକ ଯୋଗ ଦେଇଥିଲେ।ଆଲୋଚକ ମାନେ ମାତା ସାବିତ୍ରୀ ବାଇ ଫୁଲେ ଙ୍କ ଜୀବନ ସଂଘର୍ଷ ବିଷୟରେ ଅବଗତ କରିବା ସହିତ ଭାରତ ବର୍ଷ ରେ ମହିଳା ମାନଂକୁ ଶିକ୍ଷା ଦେବାପାଇଁ 18 ଟି ମହିଳା ସ୍କୁଲ ଖୋଲି ଶିକ୍ଷା ଦେଇଥିଲେ ବୋଲି ଆଜି ମହିଳା ମାନେ ଶିକ୍ଷା ର ଅଧିକାର ପାଇଛନ୍ତି। ତେଣୁ ତାଙ୍କର ଜୀବନୀ ଅଧୟନ କରିବାର ଆବଶ୍ୟକତା ଅଛି ବୋଲି ଆଲୋଚନା ହୋଇଥିଲେ। ଖୁଣ୍ଟିଆ ଗ୍ରାମର ଶିଶୁ କଳାକାର ମାନଙ୍କ ଦ୍ୱାରା ଫୁଲେ ଙ୍କ ଜୀବବି ଉପରେ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ସଭାନେତ୍ରୀ ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow