ଦଣ୍ଡପାଟ ଡ଼ମ୍ବ ସମାଜ ପକ୍ଷରୁ 76ତମ ସାଧାରଣତନ୍ତ୍ର ଦିବସ ପାଳନ l

Jan 26, 2025 - 19:42
 0  122
ଦଣ୍ଡପାଟ ଡ଼ମ୍ବ ସମାଜ ପକ୍ଷରୁ 76ତମ ସାଧାରଣତନ୍ତ୍ର ଦିବସ ପାଳନ l

ଦଣ୍ଡପାଟ ଡ଼ମ୍ବ ସମାଜ ପକ୍ଷରୁ 76ତମ ସାଧାରଣତନ୍ତ୍ର ଦିବସ ପାଳନ l 

ଧର୍ମଗଡ,ଶୁଭମ ବାର୍ତ୍ତା :- ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଆମ୍ବେଦକର ଭବନ ବେହେରା ଠାରେ ପ୍ରବଳ ଉତ୍ସାସ ଉଦ୍ଦୀପନା ସହ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ଏକ ବର୍ଣ୍ଣାଢ୍ୟ ପରିବେଶର ମଧ୍ୟରେ ଡ଼ଃ ମଳୟ କୁମାର ତାଣ୍ଡି ପତାକା ଉତ୍ତୋଳନ କରିଥିଲେ l ଶ୍ରୀ ତାଣ୍ଡି ଙ୍କୁ ଦଣ୍ଡପାଟ ଡ଼ମ୍ବ ସମାଜ ସମ୍ପାଦକ ଯଶୋବନ୍ତ ପାଣିଗ୍ରାହୀ ସହଯୋଗ କରିଥିଲେ l ଶ୍ରୀ ତାଣ୍ଡି ନିଜ ବକ୍ତବ୍ୟରେ ସମ୍ବିଧାନ ନିର୍ମାଣରେ ବାବାସାହେବ ଡ଼ଃ ଭୀମ ରାଓ ଆମ୍ବେଦକର ଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ବେହେରା ଆର ଆଇ ଅମରକାନ୍ତ ମଙ୍ଗରାଜ, ବରିଷ୍ଠ ସମାଜସେବୀ ହେରମ୍ବ ସେନାପତି, ସୁନୀଲ ଦୁରିଆ,ଭୋଳାନାଥ ଭାରତିଆ, ଆଖଣ୍ଡଳମଣି ଭରତିଆ, ଅଙ୍ଗନୱାଡି କର୍ମୀ ବାସନ୍ତୀ ସୁନାନୀ ,ଗଜିନ୍ଦ୍ର ଚଳାନ,ପଙ୍କଜ ଠାକୁର,ହୃଷିକେଶ ବିଷି, ମାନସିଂ ଭରତିଆ,ନରେଶ ସାହୁ, ରଥ ନାଏକ ପ୍ରମୁଖ ପତାକା ଉତ୍ତୋଳନ ସମୟରେ ଉପସ୍ଥିତ ଥିଲେ l 

    କୋକସରା ରୁ କାମେଶ୍ ନାଗ୍ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow