ଅଲ ଓଡିଶା ସିଡିୟୁଲଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ତରଫରୁ ଆମ୍ବେଦକର ଜୟନ୍ତୀ l

Apr 16, 2026 - 09:10
 0  12
ଅଲ ଓଡିଶା ସିଡିୟୁଲଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ତରଫରୁ ଆମ୍ବେଦକର ଜୟନ୍ତୀ l

ଅଲ ଓଡିଶା ସିଡିୟୁଲଡ କାଷ୍ଟ ଫେଡେରେସନ ନର୍ଲା ବ୍ଲକ ତରଫରୁ ଆମ୍ବେଦକର ଜୟନ୍ତୀ l 

ନର୍ଲା /ଶୁଭମ ବାର୍ତ୍ତା /୧୬/୪/୨୬ଅଲ ଓଡିଶା ସିଡିୟୁଲଡ କାଷ୍ଟ ଫେଡେରେସନ( ଏଓ ଏସ ସି ଏଫ ) ନର୍ଲା ବ୍ଲକ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼କ୍ଟର ଵି ଆର ଆମ୍ବେଦକର ଙ୍କ ୧୩୫ ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି l ମାଉଣ୍ଟେନ କିଡ୍ସ କଲେଜ ସଭାଗୃହରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ନର୍ଲା ବ୍ଲକ ସଭାପତି ରଘୁନାଥ ଦୀପ lପ୍ରଥମେ ଭଗବାନ ବୁଦ୍ଧ ଓ ଆମ୍ବେଦକର ଙ୍କ ପ୍ରତି ମୁର୍ତ୍ତି ରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟ ଅର୍ପଣ କରି ବୁଦ୍ଧ ବନ୍ଦନା କଲାପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ତନୁଜା ହରିପାଳ, ମୁଖ୍ୟ ବକ୍ତା ଫେଡେରେସନ ର ମହିଳା ସଭାନେତ୍ରୀ ସୁଭଦ୍ରା ସେକ ଆଜାଦ, ଅତିଥି ମାନଙ୍କ ମଧ୍ୟରେ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସରପଞ୍ଚ କବିତା ବାଗ, ସରିଆଁ ଗ୍ରା.ପ.ସମିତି ସଭ୍ୟ ଭାସ୍କର ଭୋଇ, ସରିଆଁ ଗ୍ରା, ପ, ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ଏ ଓ ଏସ ସି ଏଫ ରାମପୁର ବ୍ଲକ ସଭାପତି ଦୟା ଦାନ ନାଗ, ସାଧାରଣ ସମ୍ପାଦକ ପ୍ରେମ ସାଗର ନାଗ, ଆର ଡବ୍ଲୁ ଏସ ଏସ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଏଓଏସସିଏଫ ନର୍ଲା ବ୍ଲକ ସାଧାରଣ ସମ୍ପାଦକ ଜୟ ବିଭାର, ଉପ ସଭାପତି ଶୋଇଲ କୁମାର, ଉପଦେଷ୍ଟା ଧରମ କୁମାର ତାଣ୍ଡି, ଯୁବ ସଂଯୋଜକ ଦିଲଦିଓ ଘରଡ଼ା, ଜିଲ୍ଲା ସମ୍ପାଦକ ଭିକାରି ଚରଣ ସେନା, ଶିକ୍ଷା ବିଭାଗ ମୁଖ୍ୟ ପରମା ନନ୍ଦ ସେନାପତି, ମାଣ୍ଡେଲ ଗ୍ରା.ପ ପୂର୍ବତନ ସରପଞ୍ଚ ରଘୁ ମହାନନ୍ଦ, କୁରମେଲ ଗ୍ରା.ପର ପୂର୍ବତନ ସରପଞ୍ଚ ପଦ୍ମନାଭ ନାଏକ,ମାଣ୍ଡେଲ ଗ୍ରା ପ, ପୂର୍ବତନ ସମିତି ମେମ୍ବର ଖଗେଶ୍ୱର ସେନାପତି, ଧର୍ମେନ୍ଦ୍ର ସୁନା ମଞ୍ଚାସିନ ଥିଲେ, ଉକ୍ତ ଜୟନ୍ତୀ ରେ ନର୍ଲା ବ୍ଲକ ର ସମସ୍ତ +୨, +୩ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ " ଭାରତୀୟ ସମ୍ବିଧାନ ର ଜନକ ଡ଼କ୍ଟର ଵି ଆର ଆମ୍ବେଦକର" ଶୀର୍ଷକ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜୟା ନନ୍ଦ ପଂଚାୟତ କଲେଜ ତୁଳପଡାର ଛାତ୍ରୀ ଦୋଳେଶ୍ୱରୀ ପାତ୍ର ପ୍ରଥମ, ଶିଖା ରାଣୀ ସାହୁ ଦ୍ୱିତୀୟ ଓ ଡିଗ୍ରୀ କଲେଜ ନର୍ଲାର ଚାନ୍ଦିନୀ କୋଲି ତୃତୀୟ ପୁରସ୍କାର ପ୍ରାପ୍ତ ହୋଇଥିଲା l

What's Your Reaction?

like

dislike

love

funny

angry

sad

wow