ଡୁଡୁକେଲ ଠାରେ ହନୁମାନ ଜୟନ୍ତୀ ପାଳିତ,

Apr 15, 2026 - 04:28
 0  94
ଡୁଡୁକେଲ ଠାରେ ହନୁମାନ ଜୟନ୍ତୀ ପାଳିତ,

ଡୁଡୁକେଲ ଠାରେ ହନୁମାନ ଜୟନ୍ତୀ ପାଳିତ,

ଗୋଲାମୁଣ୍ଡା ୧୪/୦୪(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ରେ ସଂକଟ ମୋଚନ ହନୁମାନ ଙ୍କ ଜୟନ୍ତୀ ମହା ଆଡ଼ମ୍ବରରେ ପାଲିତ ହୋଇଯାଇଛି । ସକାଳୁ ବିଦ୍ଧିବଦ୍ଧ ଭାବରେ ପୁଜକ ସନ୍ତୋଷ ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ହନୁମାନ ମନ୍ଦିରର ପ୍ରଧାନ ସେବକ ଶ୍ରୀଯୁକ୍ତ ତିଲକ ରାମ ବଗର୍ତ୍ତୀ ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ କାର୍ଯ୍ୟ ତୁଲାଇଥିଲେ ।ଏହି ଅବସରରେ ଡୁଡୁକେଲ ଗ୍ରାମ ର ସମସ୍ତ ଜନସାଧାରଣ ସହଯୋଗ କରିଥିଲେ । ୨୦୨୧ ମସିହାରୁ ପ୍ରତିବର୍ଷ ଆଜିର ଦିନରେ ଡୁଡୁକେଲ ହନୁମାନ ମନ୍ଦିର ପରିସରରେ ହନୁମାନ ଜୟନ୍ତୀ ପାଳନ ହୋଇ ଆସୁଥିବା ମୁଖ୍ୟ ସେବକ ଶ୍ରୀଯୁକ୍ତ ତିଲକ ରାମ ବଗର୍ତ୍ତୀ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow