ହାତୀ ଆକ୍ରମଣରେ ବାଗପୁର ଗ୍ରାମର ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ,
ହାତୀ ଆକ୍ରମଣରେ ବାଗପୁର ଗ୍ରାମ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ,
ନର୍ଲା ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗ ପୁର ଗାଁ ରେ ଦିନକୁ ଦିନ ନର୍ଲା ରେଞ୍ଜ ଅଞ୍ଚଳରେ ପର୍ଯ୍ୟାପ୍ତ ଜଙ୍ଗଲ କ୍ଷୟ ହେଉଥିବା ବେଳେ ଜଙ୍ଗଲରେ ଥିବା ଜୀବଜନ୍ତୁ ଗାଁ ମୁହାଁ ହେଉଥିବା ବେଳେ ନୀରିହ ଲୋକଙ୍କୁ ଆକ୍ରମଣ କରି ଜୀବନ ନେଉଛନ୍ତି, ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗ୍ରାମ ସ୍ଥିତ ଗଣ୍ଠି ମାଝୀ ନାମକ ଜଣେ ୬୫ ବର୍ଷୀୟ ବୃଦ୍ଧ ଚାଷୀ ଜଣକ ଆଜି ୦୨/୦୩/୨0୨୬ ତାରିଖ ସୋମବାର ଦିନ ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ବୃଦ୍ଧ ଜଣକ ଘରୁ ବାହାରି କପା ଚାଷ କରିଥିବା ଜମିକୁ ଯାଇଥିଲେ । ଚାଷୀ ଜଣକ ନିଜ ଚାଷ ଜମିର କପା ତୋଳୁଥିବା ବେଳେ ହଠାତ୍ ଏକ ହାତୀ ନିକଟସ୍ଥ ଜଙ୍ଗଲ ଠାରୁ ଆସି ବୃଦ୍ଧ ଚାଷୀ ଙ୍କୁ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ଗଣ୍ଠି ମାଝୀ ୬୫ ବର୍ଷୀୟ ବୃଦ୍ଧ ଙ୍କ ଘାଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ସ୍ଥାନୀୟ ଲୋକେ କ୍ଷତ ବିକ୍ଷତ୍ ଅବସ୍ଥାରେ ବୃଦ୍ଧଙ୍କ ମୃତ ଶରୀର ଜମିରେ ପଡ଼ିଥିବା ଜାଣିପାରି ଥିଲେ l କମେ ବିଟ ରେ ହାତୀ ରହୁଥିବା ବେଳ ଆଗରୁ ଜଣେ ମହିଳା ଙ୍କ ଜୀବନ ଯାଇଛି l ଚାଷୀ ଚାଷ କରି ଜିବନ ଯାଉଛି କେତେବେଳେ ଚାଷୀ ଙ୍କ ଚାଷ ନଷ୍ଟ ହଉଛି ହାତୀ ଓ ବାରାହା ଖାଇ ଚାଷୀ ଙ୍କ ଧାନ କପା ହରଡ ମୁଗ ବିରି ଚଣା ନଷ୍ଟ ହଉଛି l କିଛି ଚାଷୀଙ୍କ କ୍ଷତି ପୂରଣ ନମିଳିବାରୁ ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ହଉଛି lସୂଚନା ପାଇଁ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ ଘଟଣା ସ୍ଥଳରେ ପହଞ୍ଚି ନର୍ଲା ପୋଲିସ କୁ ଖବର ଦେଇଥିବା ସୂଚନା ମିଳିଛି।
ନର୍ଲା ରୁ ତପନ କୁମାର ସାହୁ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?