ପୁଣି ନିଜ ସ୍କୁଲ କୁ ଫେରିଲେ ଛାତ୍ର ବତ୍ସଳ ଶିକ୍ଷକ ସହଦେବ କରୁଆଁ ,ଛାତ୍ରଛାତ୍ରୀ ଅଭିଭାବକ ମହଲରେ ଖୁସିର ଲହରୀ,
ପୁଣି ନିଜ ସ୍କୁଲ କୁ ଫେରିଲେ ଛାତ୍ର ବତ୍ସଳ ଶିକ୍ଷକ ସହଦେବ କରୁଆଁ
ଛାତ୍ରଛାତ୍ରୀ ଅଭିଭାବକ ମହଲରେ ଖୁସିର ଲହରୀ,
ନର୍ଲା ଶୁଭମ ବାର୍ତ୍ତା :- ନର୍ଲା ୦୨/୦୩/୨୦୨୬ ନର୍ଲା ବ୍ଲକ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୫୧ ଛାତ୍ରଛାତ୍ରୀ ଙ୍କ ପାଠପଢ଼ା ନିମନ୍ତେ ପାଞ୍ଚ ଜଣ ଶିକ୍ଷକ ଥିବାରୁ ଗତ ୦୮/୦୧/୨୦୨୬ ରିଖ ଦିନ ବେହେରାପାଟି ସ୍କୁଲ ରୁ ଜଣେ କନିଷ୍ଠ ଶିକ୍ଷୟତ୍ରୀ ରଶ୍ମିତା ସାହୁ ଙ୍କୁ ନିକଟସ୍ଥ ଡୁମାଳ ପଡ଼ାସ୍କୁଲରେ ପିଲା ସଂଖ୍ୟା ଅନୁଯାୟୀ ଶିକ୍ଷକ ଅଭାବ ଥିବାରୁ ପତ୍ର ସଂଖ୍ୟା ୧୨୯ ଅନୁଯାୟୀ ବଦଳି କରାଯାଇଥିଲା କିନ୍ତୁ ଶିକ୍ଷୟତ୍ରୀ ଜଣକ ବଦଳି ନିର୍ଦ୍ଦେଶ କୁ ବିଭିନ୍ନ ବାହାନା ଦେଖାଇ ସେହି ସ୍କୁଲ ରେ ଯୋଗଦାନ କଲେ ନାହିଁ ଫଳରେ ସେହି ସ୍କୁଲରେ ଶିକ୍ଷାଦାନ ରେ ବ୍ୟାଘାତ ଘଟିଥିଲା ତେଣୁ ନର୍ଲା ଗୋଷ୍ଠୀ ଶିକ୍ଷାଧିକାରୀ ପରିସ୍ଥିତି କୁ ଦୃଷ୍ଟିରେ ରଖି ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ବତ୍ସଳ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଶ୍ରୀ ସହଦେବ କରୁଆଁ ଙ୍କୁ ଦଶ ଦିନ ପାଇଁ ଡୁମାଳ ପଡ଼ା ସ୍କୁଲରେ ପାଠ ପଢ଼ାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଶ୍ରୀ କରୁଆଁ ନିର୍ଦ୍ଦେଶ କୁ ଅବଜ୍ଞା ନ କରି ତୁରନ୍ତ ଡୁମାଳ ପଡ଼ା ସ୍କୁଲ ରେ କିଛି ଦିନ ପାଇଁ ଶିକ୍ଷାଦାନ କରିଥିଲେ କିନ୍ତୁ ବଦଳି ହୋଇଥିବା ଶିକ୍ଷୟତ୍ରୀ ନିଜ ଜିଦ୍ ରେ ଅଟଳ ରହି ସେହି ସ୍କୁଲରେ ଯୋଗ ନ ଦେବା ଓ ଶିକ୍ଷକ ସହଦେବ କରୁଆଁ ଙ୍କୁ ବେହେରାପାଟି ରୁ ନେବା ଘଟଣା କୁ ଛାତ୍ର ଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମାନେ ସହଜରେ ଗ୍ରହଣ କରି ନ ଥିଲେ ଏବଂ ଶିକ୍ଷକ ସହଦେବ କରୁଆଁ ଙ୍କୁ ନିର୍ଦ୍ଧାରିତ ସମୟରେ ପୁଣି ନିଜ ବେହେରାପାଟି ସ୍କୁଲ କୁ ଫେରାଇଦେବା ନିମନ୍ତେ ବହୁ ସ୍ୱାକ୍ଷର ସମ୍ବଳିତ ଏକ ଲିଖିତ ଅନୁରୋଧ ପତ୍ର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ମାଝୀ ଙ୍କୁ ପ୍ରଦାନ କରିଥିଲେ ତେଣୁ ଶ୍ରୀ କରୁଆଁ ଙ୍କ ବେହେରାପାଟି ସ୍କୁଲ ରେ ନିତ୍ୟାନ୍ତ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଆଜି ଶ୍ରୀ ସହଦେବ କରୁଆଁ ଙ୍କୁ ପୁଣି ନିଜ ସ୍କୁଲରେ ପାଠ ପଢ଼ାଇବା ସୁଯୋଗ ମିଲିଛି ଏବଂ ନିଜ ସ୍କୁଲରେ ଯୋଗଦେଇଛନ୍ତି,ତେଣୁ ଛାତ୍ର ଛାତ୍ରୀ ଅଭିଭାବକ ,ଗ୍ରାମବାସୀ ମାନେ ଶ୍ରୀ କରୁଆ ଙ୍କୁ ସ୍ୱାଗତ କରିବା ଶହ ଖୁସି ବ୍ୟକ୍ତ କରିଛନ୍ତି, ଏବଂ ସମସ୍ତ ଗ୍ରାମବାସି ବ୍ଲକ ଶିକ୍ଷା ଅଧିକାରୀ ଓ ନର୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ଙ୍କୁ କୃତଜ୍ଞତା ଜଣାଇଛନ୍ତି
What's Your Reaction?