ବିଳମ୍ବ ରାତ୍ରି ରେ ଘରରେ ନିଆଁ ଲାଗିବାରୁ ଅଳ୍ପକେ ବର୍ତିଲେ ବୃଦ୍ଧା ମହିଳା,

Feb 27, 2026 - 20:36
Feb 27, 2026 - 20:37
 0  104
ବିଳମ୍ବ ରାତ୍ରି ରେ ଘରରେ ନିଆଁ ଲାଗିବାରୁ ଅଳ୍ପକେ ବର୍ତିଲେ ବୃଦ୍ଧା ମହିଳା,

ବିଳମ୍ବ ରାତ୍ରି ରେ ଘରରେ ନିଆଁ ଲାଗିବାରୁ ଅଳ୍ପକେ ବର୍ତିଲେ ବୃଦ୍ଧା ମହିଳା

ଗୋଲାମୁଣ୍ଡା , ୨୭।୨(ଶୁଭମ ବାର୍ତ୍ତା_ଉପେନ୍ଦ୍ର ବଗର୍ଭି): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ନକଟିକାନି ପଞ୍ଚାୟତ ଅଧୀନ ପତେଲପଡ଼ା ର ଏକ ଘରରେ ନିଆଁ ଲାଗି ପାଉଁଶ ହୋଇଯାଇଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ପତେଲପଡ଼ା ର ସୁଲକ୍ଷ୍ମି ମାଝି ଶୋଇଥିବା ବେଳେ ପ୍ରାୟ ରାତ୍ରି ୨ ଘଣ୍ଟା ସମୟ ରେ କୌଣସି କାରଣ ରୁ ନିଆଁ ଲାଗିଥିଲା । ସ୍ଥାନୀୟ ଲୋକେ ଅଗ୍ନି ଦାଉରୁ ବୃଦ୍ଦ୍ଧା ମହିଳା ଙ୍କୁ ଉଦ୍ଧାର କରିବାରୁ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ । ହେଲେ ରାସନ୍ କାର୍ଡ, ଭତ୍ତା କାର୍ଡ , ଘର ଚଳନୀୟ ସାମଗ୍ରୀ ଇତ୍ୟାଦି ନିଆଁ ରେ ପୋଡ଼ି ପାଉଁଶ ହୋଇଯାଇଛି । ନିରୀହ,ନିସହାୟ ମହିଳା ନିସନ୍ତାନ ହୋଇଥିବା ବେଳେ ପୂର୍ବତନ ସରପଂଚ ଯତୀନ୍ଦ୍ର ସେନାପତି ଏବଂ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଆଶ୍ଵାସନା ଦେବା ସହ ଖାଦ୍ୟ ସାମଗ୍ରୀ , କମ୍ବଳ , ଶାଢ଼ୀ, ଦରି ଇତ୍ୟାଦି ଦେଇ ସହଯୋଗର ହାତ ବଢ଼ାଇଥିଲେ ।

What's Your Reaction?

like

dislike

love

funny

angry

sad

wow