ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ, ପୁଅକୁ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ
ସର୍ଦ୍ଦାର ପାଖରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକ, ପୁଅକୁ ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ,
ଦାଦନ ମୁକ୍ତ ପାଇଁ ନୂଆପଡା ଜିଲ୍ଲାକୁ ଡାଲଖାଇ ଯୋଜନା, କଳାହାଣ୍ଡିକୁ ଅଣଦେଖା
ଗୋଲାମୁଣ୍ଡା ତା ୨୭/୨ (ଶୁଭମ ବାର୍ତ୍ତା_ଉପେନ୍ଦ୍ର ବଗର୍ଭି )କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ରରୂପ ନେବାରେ ବସିଛି । ପେଟ ପାଇଁ ଆନ୍ଧ୍ରପ୍ରଦେଶ କୁ ଯାଇଥିଲେ ହେଲେ ଦାଦନ ସର୍ଦ୍ଧାର ପାଖରେ ପ୍ରାୟ ୧୦ ମାସ ହେଲା ବନ୍ଧା ପଡିଛନ୍ତି । କେବଳ ଖାଇବାକୁ ଦେଇ କାମ କରାଇବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ଦାଦନ ମୁକ୍ତ ପାଇଁ ନୂଆପଡା ଜିଲ୍ଲାକୁ ଡାଲଖାଇ ଯୋଜନାରେ ସାମିଲ କରିଛନ୍ତି ହେଲେ କଳାହାଣ୍ଡି ଜିଲ୍ଲା କୁ ଅଣଦେଖା କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇ ଗାଁର ନରେନ୍ଦ୍ର ନାଏକ(୨୬) ଓ ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ସିନାପାଲି ଗ୍ରାମର ପ୍ରେମରାଜ ନାଗ ଦାଦନ ସର୍ଦ୍ଦାର ପାଖରେ ପ୍ରାୟ ୧୦ ମାସ ହେବ ବନ୍ଧା ପଡ଼ିଛନ୍ତି । ନରେନ୍ଦ୍ର ନାଏକ ଗତ ୨୦୨୫ ମସିହା ମାର୍ଚ୍ଚ ମାସରେ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶ ର ବିଜୟୱାଡା କୁ ଯାଇଥିଲେ । କିଛି ମାସ କାମ କରିବା ପରେ ଦାଦନ ଦଲାଲ ଅଧିକ ମଜୁରୀ ଦେବାକୁ କହି ଦୁଇ ସାଙ୍ଗକୁ ଟ୍ରେନ ଯୋଗେ ନେଇ ସର୍ଦ୍ଦାର ପାଖରେ ଛାଡି ଦେଇ ଫେରାର ହୋଇଥିଲା । ଦାଦନ ଶ୍ରମିକ ନରେନ୍ଦ୍ର ଏବଂ ପ୍ରେମରାଜଙ୍କୁ ଦାଦନ ସର୍ଦ୍ଦାର ଆନ୍ଧ୍ରପ୍ରଦେଶର ପେହେନା ନଦୀ ଆରପଟେ ରଖି ମାଛମରା କାମରେ ନିୟୋଜିତ କରିଛନ୍ତି । ନରେନ୍ଦ୍ର ଓ ପ୍ରେମରାଜଙ୍କୁ ଟଙ୍କା ପଇସା କିଛି ଦେଉନ ଥିବା ବେଳେ ସକାଳ ଭୋର ୪ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଏବଂ ଦିନ ୨ଟା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କେବଳ କାମ କରୁଛନ୍ତି । ଭଲ ସେ ଖାଇବାକୁ ମଧ୍ୟ ଦେଉନାହିଁ । ଶୀଘ୍ର ଉଦ୍ଧାର କରିବାକୁ ଏକ ଫୋନ ମାଧ୍ୟମରେ ପରିବାର ଲୋକଙ୍କୁ ଜଣାଇଛନ୍ତି । ଅନ୍ୟ ପଟେ ପୁଅଙ୍କୁ ଉଦ୍ଧାର କରିବା ପାଇଁ ନରେନ୍ଦ୍ରଙ୍କ ବାପା ଅଶ୍ୱିନୀ ନାଏକ କଳାହାଣ୍ଡି ଜିଲ୍ଲାପାଳ ଠାରୁ ଆରମ୍ଭ କରି ଶ୍ରମ ବିଭାଗ, ଜୁନାଗଡ଼ ଥାନା ଓ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ଦ୍ୱରାସ୍ଥ ହୋଇଥିଲେ ସୁଦ୍ଧା ତାଙ୍କ କଥାକୁ କର୍ଣ୍ଣପାତ କରୁନାହାନ୍ତି । କଳାହାଣ୍ଡି ଜିଲ୍ଲାର ଅନେକ ବ୍ଲକ ଦାଦନ ପ୍ରବଣ ଅଟେ । ଏଠାରେ ନାମକୁ ମାତ୍ର ମନରେଗା ଯୋଜନା । ଏହି ଯୋଜନାରେ କାମ କରିବା ଲୋକ ଅଲଗା, ଫଟୋ ଉଠାଇବା ଲୋକ ଅଲଗା ଏବଂ ଟଙ୍କା ଉଠାଇ ଲୋକ ମଧ୍ୟ ଅଲଗା ଅଟନ୍ତି । ପୂର୍ଵ ବିଜେଡି ସରକାରରେ ଦାଦନ ଅମସ୍ୟା ଯେଭଳି ଥିଲା ବର୍ତ୍ତମାନର ବିଜେପି ସରକାର ରେ ମଧ୍ୟ ସମାନ ସ୍ଥିତି । ଅନ୍ୟ ପଟେ ନୂଆପଡା ଜିଲ୍ଲାରେ ଦାଦନ ସମସ୍ୟା ରୋକିବା ପାଇଁ ଡାଲଖାଇ ଯୋଜନାରେ ସାମିଲ କରିଥିବା ବେଳେ କଳାହାଣ୍ଡିରେ ପ୍ରତିଦିନ ଦାଦନ ସମସ୍ୟା ନେଇ ଖବରକାଗଜ ରେ ଶିରୋନାମା ପାଲଟିଥିବା ବେଳେ କଳାହାଣ୍ଡି କୁ ରାଜ୍ୟ ସରକାର ଅଣଦେଖା ନେଇ ଉଦବେଗ ପ୍ରକାଶ ପାଇଛି । ତୁରନ୍ତ ଦାଦନ ସର୍ଦ୍ଧାର ପାଖରେ ବନ୍ଧା ପଡିଥିବା ଦୁଇ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଦାବୀ ହୋଇଛି ।
What's Your Reaction?