ସରକାରୀ ଊ.ପ୍ରା.ବିଦ୍ୟାଳୟ, ପୁରୁଣାପଡା ଭବାନୀପାଟଣାର ବାର୍ଷିକ ଉତ୍ସବ,

Jan 24, 2026 - 20:25
 0  53
ସରକାରୀ ଊ.ପ୍ରା.ବିଦ୍ୟାଳୟ, ପୁରୁଣାପଡା ଭବାନୀପାଟଣାର ବାର୍ଷିକ ଉତ୍ସବ,

ସରକାରୀ ଊ.ପ୍ରା.ବିଦ୍ୟାଳୟ, ପୁରୁଣାପଡା ଭବାନୀପାଟଣାର ବାର୍ଷିକ ଉତ୍ସବ

ଭବାନୀପାଟଣା, ୨୪/୦୧ଶୁଭମ ବାର୍ତ୍ତା :- ଜଗନ୍ନାଥ ନାଏକ) : ଭବାନୀପାଟଣା ବ୍ଲକ ପୁରୁଣା ପଡା ଊ.ପ୍ରା.ବିଦ୍ୟାଳୟରେ ବାର୍ଷିକ ଉତ୍ସବ ବହୁତ ଆନନ୍ଦ ଓ ଉଲ୍ଲାସର ସହିତ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସହ ଶିକ୍ଷା ଗୋଷ୍ଠି ଅଧିକାରୀ, ଭବାନୀପାଟଣା ଜୟା କୁମାର ମାଝୀ, ସମ୍ମାନିତ ଅତିଥି ଭାବରେ ଭବାନୀପାଟଣା ସହ ଶିକ୍ଷା ଗୋଷ୍ଠି ଅଧିକାରୀ ଜଗଦୀଶ ମୁଣ୍ଡ, ଗୋଳମୁଣ୍ଡା ସହ ଶିକ୍ଷା ଗୋଷ୍ଠି ଅଧିକାରୀ ଲୀନା ଦାସ, ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ସୀତାକାନ୍ତ ପ୍ରଧାନ, ୱାର୍ଡ ନମ୍ବର ୧୫ କାଉନସିଲର ମାନସୀ ଜେନା, ଜିଲ୍ଲା ଯୁବମୋର୍ଚ୍ଚା ଉପ-ସଭାପତି ମାନସ ଜେନା, ବାପୁଜୀ କ୍ଲଷ୍ଟର ସି.ଆର.ସି.ସି. ସ୍ଵାଧିନୀ ସାହୁ, ପୁରୁଣାପଡା ଊ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଲି ରାଉତ , ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ସିଂ, ବିଷ୍ଣୁପ୍ରିୟା ଚଣ୍ଡ, ସବିତା ମହାନ୍ତି, ଚିତ୍ରରେଖା ଜେଠୀ, ଗାୟତ୍ରୀ କୁମାର ତଥା ଭି.ଟି. ରାଜଶ୍ରୀ ନାଏକ, ଲୀପସା ଡାକୁଆ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ଅଭିଭାବକ ଅଭିଭାବିକା ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଉତ୍ସବଟି ବେଶ ସୁନ୍ଦର ଭାବରେ ପାଳିତ ହୋଇଥିଲା । ଅତିଥିଙ୍କୁ ସ୍ଵାଗତ, ପୂଜାଅର୍ଚ୍ଚନା, ସ୍ଵାଗତ ନୃତ୍ୟ, ସଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରଷ୍କାର ବିତରଣୀ କରଯାଇଥିଲା । ଏହି ଉତ୍ସବରେ ୨୦୨୫ ଭବାନୀପାଟଣା ବ୍ଲକର ମୁଖ୍ୟମନ୍ତ୍ରୀ ପୁରଷ୍କାର ପ୍ରାପ୍ତ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଚଣ୍ଡଙ୍କୁ ସମ୍ମାନିତ କରିବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଚଣ୍ଡ ଅତିଥି ପରିଚୟ ତଥା ମଞ୍ଚ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟ ଶିକ୍ଷୟତ୍ରୀ ସୁଜାତା ସିଂ କରିବା ସହିତ ଉତ୍ସବର ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଲି ରାଉତଙ୍କ ତତ୍ବାବଧାନରେ ଅନ୍ୟାନ୍ୟ ଶିକ୍ଷୟତ୍ରୀବୃନ୍ଦ ସବିତା ମହାନ୍ତି, ଚିତ୍ରରେଖା ଜେଠୀ ଓ ଗାୟତ୍ରୀ କୁମାର ଶୃଙ୍ଖଳିତ ଭାବରେ ସମ୍ପାଦନ କରିଥିଲେ । ସମ୍ମାନୀୟ ଅତିଥି ଓ ଅଭିଭାବକଙ୍କ ଦ୍ଵାରା ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସମେତ ସମସ୍ତ ଦକ୍ଷ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରସଂଶା କରଯାଇଥିଲା ।

What's Your Reaction?

like

dislike

love

funny

angry

sad

wow