ପୋଖରୀ ସାଜିଛି କେଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର, ଡ୍ରେନ୍ ବ୍ୟବସ୍ଥା ପାଇଁ ଉଠିଲା ଦାବି ।

Jul 30, 2026 - 10:48
 0  23
ପୋଖରୀ ସାଜିଛି କେଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର,  ଡ୍ରେନ୍ ବ୍ୟବସ୍ଥା ପାଇଁ ଉଠିଲା ଦାବି ।

ପୋଖରୀ ସାଜିଛି କେଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସର, 

ଡ୍ରେନ୍ ବ୍ୟବସ୍ଥା ପାଇଁ ଉଠିଲା ଦାବି ।

ଗୋଲାମୁଣ୍ଡା, ୨୯/୦୭(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ କେଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଲଘୁଚାପ ଜନିତ ବର୍ଷା ପାଣି ଜମି ରହୁଥିବାରୁ ପୋଖରୀ ପାଲଟିଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଜଳ ନିଷ୍କାସନ ପାଇଁ କୌଣସି ଡ୍ରେନର ବ୍ୟବସ୍ଥା ନ ଥିବା ବେଳେ ସାମାନ୍ୟ ବର୍ଷାରେ ମଧ୍ୟ ଦୀର୍ଘ ଦିନ ଧରି ପାଣି ଜମା ରହୁଛି। ଏ ନେଇ ବିଡ଼ିଓ,କଳାହାଣ୍ଡି ଜିଲ୍ଲା ଡିଆରଡିଏ, ଜୁନାଗଡ଼ ବିଧାୟକ ଦିବ୍ୟାଶଙ୍କର ମିଶ୍ରଙ୍କୁ ପୂର୍ବରୁ ଅନେକ ଥର ଅଭିଯୋଗ କରିଥିବା ସତ୍ୱେ ବି କୌଣସି ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଯାହାକୁ ନେଇ କେଗାଁ ପଞ୍ଚାୟତ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମନରେଗା ଯୋଜନାରେ ଡ୍ରେନ ଓ କେନାଲ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ଯୋଜନାରେ ଡ୍ରେନ ନିର୍ମାଣ କରି ପଞ୍ଚାୟତ ପରିସରରେ ଜମି ରହିଥିବା ପାଣି ନିଷ୍କାସନ ହୋଇ ପାରିବ ବୋଲି ସାଧାରଣରେ ଆଶା କରା ଯାଉଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ୱ ଦେଇ ଏକ ଡ୍ରେନ୍ ନିର୍ମାଣ କରାଗଲେ ବର୍ଷାଜଳ ନିଷ୍କାସନ ସୁବିଧା ହେବା ସହ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। କେଗାଁ ପଞ୍ଚାୟତ କାର୍ଯ୍ୟାଳୟ ପରିସରର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ କେବେ ଦୂର ହେବ ଅପେକ୍ଷାରେ କେଗାଁ ପଞ୍ଚାୟତ ବାସୀ ।

What's Your Reaction?

like

dislike

love

funny

angry

sad

wow