ଲୋକଙ୍କ ସରକାରରେ ନର୍ଲା ଯୋଗାଣ ଅଧକାରୀ ଙ୍କ ବାବୁରାଜ କାଇଦା?
ଲୋକଙ୍କ ସରକାରରେ ନର୍ଲା ଯୋଗାଣ ଅଧକାରୀ ଙ୍କ ବାବୁରାଜ କାଇଦା?
ନର୍ଲା ଶୁଭମ ବାର୍ତ୍ତା :- ବର୍ତମାନ ରାଜ୍ୟସରକାର ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କୁ ସବୁପ୍ରକାର ଯୋଜନା ର ସେବା ଓ ସୁବିଧା ହାତପାହା ନ୍ତାରେ ଯୋଗାଇବା ପାଇଁ ସଂକଳ୍ପ ବଧ ଥିବାବେଳେ ନର୍ଲା ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ତାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି ଏହି କାର୍ଯ୍ୟାଳୟ ରେ ସାଧାରଣ ଲୋକଙ୍କୁ କାର୍ଯ୍ୟାଳୟ ଭିତରକୁ କୁ ପ୍ରବେଶ ପାଇଁ ଅନୁମତି ମିଳୁନାହିଁ ଏବଂ ଅଫିସ ଦ୍ୱାର ବନ୍ଦ ରଖାଯାଉଛି ଓ ଅଧିକାରୀ ଜଣକ ଝରକା ପଟୁ ଲୋକଙ୍କୁ ଗୁହାରି କହିବା ପାଇଁ କହୁଛନ୍ତି ଫଳରେ ବୃଦ୍ଧ ବୃଦ୍ଧା ମାନେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ଏ ବାବୁଙ୍କ ସମୟ ରେ ପିଡ଼ିଏସ ଚାଉଳ ଯୋଗାଣ ରେ ମଧ୍ୟ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଥିଲେ ବି ମହାଶୟ ଜାଣିଶୁଣି ଅଜଣା ରହୁଛନ୍ତି ସରକାରୀ ଚାକିରିଆ ପରିବାର ଓ ଆୟାକର ଦେଉଥିବା ଲୋକେ ମଧ୍ୟ ରାସନ କାର୍ଡ ବେଆଇନ ହାତେଇଥିବା ବାବୁଙ୍କ ଜଣା ଶୁଣା ରେ ହୋଇଥିବା ଭଲି ଗୁରୁତର ସଂଗୀନ ଅଭିଯୋଗ ହୋଇଛି ଏ ମହାଶୟ ଜଣେ ମହିଲା ସରପଞ୍ଚ ଓ ଜଣେ ମଣ୍ଡଳ ସଭାପତି ଙ୍କୁ ମଧ୍ୟ ଅସଂମ୍ମାନ କରିବାରେ ପଛଘୁଞ୍ଚା ଦେଇ ନ ଥିବା ଦେଖିବାକୁ ମିଳିଛି ବର୍ତମାନ ସରକାର ରେ ଜିଲ୍ଲାପାଳ ଓ ବ୍ଲକ ବିଡ଼ିଓ ମାନେ ଅତିସୁନ୍ଦର ଭାବରେ ଅଭିଯୋଗ ଶୁଣୁଥିବା ବେଳେ ଯୋଗାଣ ଅଧିକାରୀ ଙ୍କ ବ୍ୟବହାର ଏଭଳି କାହିଁକି?
ଏଣୁ ଏଭଳି ଅଧିକାରୀ ଙ୍କୁ ନର୍ଲା ରୁ ତୁରନ୍ତ ବଦଳି ପାଇଁ ଜିଲ୍ଲାପାଳ କଳାହାଣ୍ଡି ଓ ବିଡ଼ିଓ ନର୍ଲା ଦୃଷ୍ଟି ଦେବା ନିମନ୍ତେ ସାଧାରଣ ରେ ଦାବି ହେଉଛି
What's Your Reaction?