କଳାହାଣ୍ଡି ଜିଲ୍ଲା ନର୍ଲା ଜୋନର ଜୋନାଲ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତା ନର୍ଲା ଠାରେ ଆୟୋଜିତ ହୋଇ ଯାଇଛି।

Sep 3, 2026 - 13:38
Sep 3, 2026 - 13:39
 0  19
କଳାହାଣ୍ଡି ଜିଲ୍ଲା ନର୍ଲା ଜୋନର ଜୋନାଲ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତା ନର୍ଲା ଠାରେ ଆୟୋଜିତ ହୋଇ ଯାଇଛି।

କଳାହାଣ୍ଡି ଜିଲ୍ଲା ନର୍ଲା ଜୋନର ଜୋନାଲ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତା ନର୍ଲା ଠାରେ ଆୟୋଜିତ ହୋଇ ଯାଇଛି।

ନର୍ଲା /ଶୁଭମ ବାର୍ତ୍ତା  କଳାହାଣ୍ଡି ଜିଲ୍ଲା ନର୍ଲା ଜୋନର ଜୋନାଲ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତା ନର୍ଲା ଠାରେ ଆୟୋଜିତ ହୋଇ ଯାଇଛି। ନର୍ଲା ଶିକ୍ଷା ବିଭାଗ ୪ଗୋଟି ଜୋନ ଯଥା ତୁଲାପଡା,ଶାନ୍ତପୁର,ମୁସ୍କୁଟି ଓ ନର୍ଲା ଥିବା ବେଳେ ନର୍ଲା ଜୋନର ସରିଆଁ,ରାକସି, ବଲବସପୁର,ମାଣ୍ଡେଲ,ତୁଲାଗାଁ, ନର୍ଲା ହାଇସ୍କୁଲ, ନର୍ଲା ଏମ୍ଇ ସ୍କୁଲର ଛାତ୍ରଛାତ୍ରୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ନର୍ଲା ହାଇସ୍କୁଲ ପକ୍ଷରୁ ନର୍ଲା ହାଇସ୍କୁଲ ଖେଳ ପଡ଼ିଆରେ ଏହି ଜୋନାଲ ମିଟ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନର୍ଲା ଶିକ୍ଷା ବିଭାଗର ଅଧିକାରୀ ଗୋବର୍ଦ୍ଧନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ନର୍ଲା ହାଇସ୍କୁଲ ପରିଚାଳନା କମିଟି ସଭାପତି କିଶୋର ମାଝୀ, ନର୍ଲା ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ସାହୁ, ସାମ୍ବାଦିକ ତ୍ରିଲୋଚନ ଗଉଡ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପତାକା ଉତ୍ତୋଳନ ପୂର୍ବକ କ୍ରୀଡା ପ୍ରତିଯୋଗୀତା ଆରମ୍ଭ ଘୋଷଣା କରିଥିଲେ। ଏହି ପ୍ରତିଯୋଗିତାରେ ଫୁଟବଲ,କବାଡି,ଖୋ ଖୋ ଖେଳ ହୋଇଥିଲା।ପ୍ରତି ଯୋଗିତା ଗୁଡ଼ିକୁ ନର୍ଲାରୋଡ ଜୟ ଦୁର୍ଗା ହାଇସ୍କୁଲର କ୍ରୀଡା ଶିକ୍ଷକ ନାରାୟଣ ପଧାନ,ରାକସି ହାଇସ୍କୁଲ କ୍ରୀଡା ଶିକ୍ଷକ ଶ୍ରବଣ କୁମାର ବାଗ,ସରିଆଁ ସ୍କୁଲର କ୍ରୀଡା ଶିକ୍ଷକ ଉମାକାନ୍ତ ଭୋଇ, କ୍ରୀଡା ଶିକ୍ଷକ ସୁଧିର କୁମାର ଧଙ୍ଗଡା ମାଝୀ,ଯୁଗଲ କିଶୋର ପ୍ରଧାନ, ମାଧବାନନ୍ଦ ପ୍ରଧାନ, ନର୍ଲା ହାଇସ୍କୁଲର କ୍ରୀଡା ଶିକ୍ଷକ ପୃଥିରାଜ ପଧାନ ସୂଚାରୁରୂପେ ଖେଳ ପରିଚାଳନା କରିଥିଲେ। ଆସନ୍ତା ସେପ୍ଟେମ୍ବର ୭ ତାରିଖରେ ତୁଲାପଡା ଠାରେ ବ୍ଳକ ସ୍ତରୀୟ ଓ ୯ ରୁ ୧୧ ତାରିଖ ଯାଏଁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ଭବାନୀପାଟଣାରେ ଆୟୋଜିତ ହେବାକୁଥିବା ସ୍ଥିର ହୋଇଛି।

ନର୍ଲା ରୁ ଅଜିତ ମାଝୀ ଓ ତ୍ରିଲୋଚନ ଗଉଡଙ୍କ ରିପୋର୍ଟ ଶୁଭମ ବାର୍ତ୍ତା ।

What's Your Reaction?

like

dislike

love

funny

angry

sad

wow