ବିଜୁ ଏକ୍ସପ୍ରେସ ଫୋର୍ ୱେ ଗୋଲାମୁଣ୍ଡା ଠାରେ ବାଇକ୍ ଏବଂ ପିକପ୍ ମୁହାମୁହିଁ ଧକ୍କା,
ବିଜୁ ଏକ୍ସପ୍ରେସ ଫୋର୍ ୱେ ଗୋଲାମୁଣ୍ଡା ଠାରେ ବାଇକ୍ ଏବଂ ପିକପ୍ ମୁହାମୁହିଁ ଧକ୍କା
ଗୋଲାମୁଣ୍ଡା ,୨/୮(ଶୁଭମ ବାର୍ତ୍ତା)ବିଜୁ ଏକ୍ସପ୍ରେସ ଫୋର୍ ୱେ ରାସ୍ତା ଗୋଲାମୁଣ୍ଡା ଠାରେ ଏକ ବାଇକ୍ ଏବଂ ପିକପ୍ ଭେନ୍ ମୂହାମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବାଇକ୍ ରେ ବସିଥିବା ତିନି ଜଣ ବ୍ୟକ୍ତି ଛିଟିକି ପଡି ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଏବଂ ଗୋଲାମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୩ ଜଣ କୁ ଉଦ୍ଧାର କରି ଗୋଲାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ପିକପ ଭେନ ଜବତ କରି ଡ୍ରାଇଭର ଙ୍କୁ ଅଟକ ରଖିଛି ।ତନ୍ମଧ୍ୟରୁ ଜଣେ ଅତି ସଙ୍କଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ଧର୍ମଗଡ ଉପ ଖଣ୍ଡ ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଥିଲା । ସୂଚନା କ୍ରମେ ବାଇକ ରେ ଥିବା ୩ ଜଣ ବ୍ୟକ୍ତି ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା କୋକପଦର୍ ଗ୍ରାମ ର ବୋଲି ଜଣା ପଡିଛି। ପିକପ ଗାଡ଼ିଟି ଜଗଦଲପୁର ରୁ ବାହାରି ଗୋଲାମୁଣ୍ଡା ଦେଇ ପାଇକମାଳ ଅଭିମୁଖେ ଯାଉଥିବା ବେଳେ ଠିକ ଏହି ରେ ବାଇକ୍ ଚାଳକ ସିନାପାଲି ପଟୁ ଗୋଲାମୁଣ୍ଡା କୁ କୌଣସି କାମରେ ଆସୁଥିବା ସମୟରେ ଗୋଲାମୁଣ୍ଡା ଠାରେ ମୁହମୁହି ଧକ୍କା ହୋଇଥିଲା।
ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା
What's Your Reaction?