ଶିକ୍ଷକ ନିର୍ମଳ ବାରିକ୍ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା,

Jul 31, 2025 - 20:06
Jul 31, 2025 - 20:17
 0  142
ଶିକ୍ଷକ ନିର୍ମଳ ବାରିକ୍ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା,

ଶିକ୍ଷକ ନିର୍ମଳ ବାରିକ୍ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଶୁଭମ ବାର୍ତ୍ତା :- ଆମ ରାଜ୍ୟରେ କିଛି ଦିନ ହେଲା କୁ କର୍ମ କରି କିଛି ଶିକ୍ଷ୍ୟକ ଜେଲ୍ ଯିବା ସହିତ ନିଜ ସବୁଠାରୁ ବଡ଼ ସମ୍ପତି ଇଜ୍ଜତ୍ କୁ ତଳେ ପକାଇ ଲୋକ ହସା ହେଉ ଥିବା ବେଳେ ନିଜ ଶିକ୍ଷକ ଜୀବନ ରେ ଭଲ କାମ କରି ପ୍ରଶଂସା ର ପାତ୍ର ହେବା ଓ ଅବସର ସମୟରେ ସମ୍ବର୍ଦ୍ଧିତ ହୋଇ ବାଜା ରୋଷଣୀ ସହିତ ବିଦାୟ ନେବା ଦୃଶ୍ୟ ଦେଖିଲେ ନିଜ କୁ ବି ଗର୍ବ ଲାଗିଥାଏ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନର୍ଲା ସହର ରେ ଥିବା ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରେ। ସୂଚନା ଅନୁସାରେ ଆଜି ଜୁଲାଇ ମାସର ୩୧ ତାରିଖ, ଆଜିର ଦିନ ରେ ଏହି ବିଦ୍ୟାଳୟ ରେ ଚାରି ବର୍ଷ ହେଲା ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଶିକ୍ଷକ ମାଣ୍ଡେଲ୍ ଗ୍ରାମ ର ନିର୍ମଳ ବାରିକ୍ ଅବସର ଗ୍ରହଣ କରିଛନ୍ତି। ସେଥିପାଇଁ ସ୍କୁଲ୍ ର ସହକାରୀ ଶିକ୍ଷକ ଅଜିତ୍ ନାଏକ୍ ଓ ଶିକ୍ଷୟତ୍ରୀ କଲ୍ୟାଣି ଦାସ୍ ଙ୍କ ସମେତ ସ୍କୁଲ୍ ର ଛାତ୍ର ଛାତ୍ରୀ ମିଶି ଶ୍ରୀ ବାରିକ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଏକ ଭବ୍ୟ ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ୍ ଶିକ୍ଷ୍ୟା ଅଧିକାରୀ ତପିମଣି ଜାନି, ଅତିରିକ୍ତ ବ୍ଲକ୍ ଶିକ୍ଷ୍ୟା ଅଧିକାରୀ ଗୋବର୍ଦ୍ଧନ ମାଝୀ ଙ୍କ ସହିତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। ସମ୍ବର୍ଦ୍ଧନା ସଭା ପରେ ଶ୍ରୀ ବାରିକ୍  ଙ୍କୁ ବାଜା ରୋଷଣୀ ସହିତ ଖୋଲା କାର୍ ରେ ବସାଇ ନର୍ଲା ସହର ପରିକ୍ରମା ପରେ ତାଙ୍କ ନିଜ ଗାଁ ମାଣ୍ଡେଲ୍ ପର୍ଯ୍ୟନ୍ତ ନେଇ ଥିଲେ। ଏହି ସମୟରେ ସ୍କୁଲ୍ ର ଛାତ୍ରଙ୍କ ସହିତ ସମସ୍ତେ ଭାବ ବିହୋଳ ହୋଇ ଥିବା ଦୃଶ୍ୟ ନଜର କୁ ଆସିଥିଲା। ଶ୍ରୀ ବାରିକ ଯେବେଠୁ ଉକ୍ତ ସ୍କୁଲ୍ ରେ ଯୋଗ ଦେଲେ ପାଠ ପଢ଼ା ସହ ସ୍କୁଲ୍ ର ଅନେକ ଉନ୍ନତି  ମୂଳକ କାମ କରିଥିଲେ । ନର୍ଲା ଅଞ୍ଚଳ ରେ ସେ ଜଣେ ସଫଳ ଯୋଗ ଗୁରୁ ଭାବରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି।

ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow