ବାର୍ଷିକ ଉତ୍ସବ ପାଳନ।

Apr 14, 2026 - 14:48
 0  15
ବାର୍ଷିକ ଉତ୍ସବ ପାଳନ।

ବାର୍ଷିକ ଉତ୍ସବ ପାଳନ।

ଗୋଲାମୁଣ୍ଡା,୧୩।୪(ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି):ଗୋଲାମୁଣ୍ଡା ବ୍ଲକ ଆମଗୁଡା ସଂସ୍କୃତି ମଡର୍ଣ୍ଣ ପବ୍ଲିକ ସ୍କୁଲ ର ଡାଇରେକ୍ଟର ସନ୍ତୋଷ କୁମାର ନାଏକ ସଭାପତିତ୍ଵ ରେ ଉକ୍ତ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟଣୀ ଉତ୍ସବ ରେ ଗୋଲାମୁଣ୍ଡା ବ୍ଲକ ର ପୂର୍ବତନ ଅଧକ୍ଷ ତୁଲେଶ୍ୱର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଖମାର ହଳଦୀ ସରପଞ୍ଚ ରବୀନ୍ଦ୍ର ମୁଣ୍ଡ, ଗୋଲାମୁଣ୍ଡା ବିଜୟନନ୍ଦ ପବ୍ଲିକ ସ୍କୁଲର ନିର୍ଦେଶକ ପ୍ରିତିଶ ସିପକା,ସର୍ବମାଙ୍ଗଳା ମହା ବିଦ୍ୟାଳୟ ର ଶିକ୍ଷା ବିଭାଗ ର ଅଧ୍ୟାପକ ଶାନ୍ତନୁ ପରିଡା ଯୋଗ ଦେଇ ସ୍କୁଲ ର ଛାତ୍ର ଛତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ସଫଳ ହୋଇଥିବା ଛାତ୍ର ଛତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ l କାର୍ଯ୍ୟକ୍ରମକୁ ସଂକୃତି ମଡର୍ଣ୍ଣ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ପ୍ରଶାନ୍ତ ତାଣ୍ଡି ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କୁ ଅଭିଭାବକ ମାନେ ବେଶ ଉପଭୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow