ହଜିଗଲା ମାନବିକତା, ଛୋଟ ଦୁର୍ଘଟଣା ଘଟାଇଲେ ବୋଲି ପିଟି ପିଟି ଲହୁଲୁହାଣକଲେ, ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ,

Apr 14, 2026 - 14:52
Apr 14, 2026 - 14:55
 0  132
ହଜିଗଲା ମାନବିକତା, ଛୋଟ ଦୁର୍ଘଟଣା ଘଟାଇଲେ ବୋଲି  ପିଟି ପିଟି ଲହୁଲୁହାଣକଲେ, ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ,

ହଜିଗଲା ମାନବିକତା, ଛୋଟ ଦୁର୍ଘଟଣା ଘଟାଇଲେ ବୋଲି 

ପିଟି ପିଟି ଲହୁଲୁହାଣକଲେ, ଚିକିତ୍ସାଧୀନ ଅବସ୍ଥାରେ ଯୁବକର ମୃତ୍ୟୁ

ଶବ ରଖି ପରିବାର ଲୋକଙ୍କ ରାସ୍ତା ଅବରୋଧ

ଗୋଲାମୁଣ୍ଡା .୧୩/୦୪( ଶୁଭମ ବାର୍ତ୍ତା ଉପେନ୍ଦ୍ର ବଗର୍ତ୍ତି)

ଆଜିକା ଦିନରେ ଲୋକେ କେତେ ଯେ ନୃଶଂସ ହେଉଛନ୍ତି ତାହା କହିବା ବହୁତ ମୁସ୍କିଲ । ଆମେ ଶୁଣିଛୁ ଜଙ୍ଗଲରେ ହିଂସ୍ର ଜନ୍ତୁ ଅଛନ୍ତି ବୋଲି । ହେଲେ ଜନ୍ତୁ ଠାରୁ ମଧ୍ୟ ମଣିଷ ଅଧିକ ହିଂସ୍ର ହୋଇ ଉଠିଛି । ଛେଳି, କୁକୁଡ଼ାମାରିବା ଭଳି ମଣିଷକୁ ମଧ୍ୟ ମରିଦେଉଛନ୍ତି । ମଣିଷଙ୍କ ଭିତରେ ଟିକେ ମଧ୍ୟ ମାନବିକତା ନାହିଁ । ଏକ ଛୋଟ ଦୁର୍ଘଟଣା ଘଟାଇଲେ ବୋଲି ଜଣେ ନାବାଳକ ଯୁବକଙ୍କୁ ପିଟି ପିଟି ଲହୁଲୁହାଣ କରିଦେଲେ । ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହେବା ଘଟଣା ସମଗ୍ର ମାନବ ଜାତିର ମାନବିକତା ଉପରେ ପ୍ରଶ୍ନ ଉଠୁଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଉଦେଶରୁଙ୍ଗ ଗ୍ରାମର ବବଲୁ ଷଣ୍ଢ(୧୮ବର୍ଷ) ଧର୍ମଗଡ଼ ରୁ ଏକ ବାଇକ ଯୋଗେ ନିଜ ଗାଁ ଉଦେଶରୁଙ୍ଗଙ୍କୁ ଆସୁଥିବା ବେଳେ ଘଟିଆ ଗ୍ରାମ ଠାରେ ଗତ ମାର୍ଚ୍ଚ ୯ ତାରିଖ ଦିନ ଏକ ସାଇକେଲ ଆରୋହିଙ୍କୁ ଧକ୍କା ଦେଇଥିଲା । ସାଇକେଲ ଆରୋହି ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ହେଲେ ଘଟିଆ ଗ୍ରାମର ଲୋକେ ଦୁର୍ଘଟଣା ଘଟାଇଥିବା ବବଲୁଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଅନ୍ୟ ପକ୍ଷରେ ବବଲୁଙ୍କ ବାଇକ ଓ ମୋବାଇଲକୁ ମଧ୍ୟ ଛଡାଇନେଇଛନ୍ତି ଲୋକେ । ବବଲୁଙ୍କୁ ପ୍ରଥମେ ଧର୍ମଗଡ଼, ଭବାନୀପାଟଣା ଓ ପରେ ରାୟପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ଦୀର୍ଘ ଏକମାସ ତିନି ଦିନ ଚିକିତ୍ସା ପରେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବବଲୁ ଷଣ୍ଢଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ହେଲା ପରେ ଶବ ଆଣିବା ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ଖବର ପାଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ ଗାଡ଼ି ଯୋଗାଡ଼ କରି ଉଦେଶୃଙ୍ଗକୁ ଶବ ଆଣିବାରେ ପୂର୍ଣ୍ଣ ସହୋଯୋଗ କରିଥିଲେ। ମାଡ଼ ମାରିଥିବା ଲୋକଙ୍କୁ ଗିରଫ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ନିଜ ଗାଁ ଉଦେଶରୁଙ୍ଗ ଠାରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଛି । ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୁଲିସ ଓ ମାନଝରୀ ରାଜସ୍ୱ ନିରୀକ୍ଷକ ପହଞ୍ଚି ବୁଝା ସୁଝା କରି ରେଡ୍ କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଅପର ପକ୍ଷେ ଗୋଲାମୁଣ୍ଡା ପୁଲିସ ଏକ ମାମଲା ରୁଜୁ କରି ଦୋଷୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ଥାନା ଅଧିକାରୀ ଯଶୋବନ୍ତ ସେଲମା ପ୍ରକାଶ କରିଥିଲେ । ଏହି ରାସ୍ତା ରୋକରେ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ଗିରିଧାରୀ ତେଜି,ଉପ ସଭାପତି ରେବା କଟା, ଉଦେଶୃଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନାରାୟଣ ଅଘ୍ରିଆ, ଟଙ୍କଧର ବାଗ,ନୃପରାଜ ବନ୍ଦିଛୋଡ, କୃଷ୍ଣ ଚନ୍ଦ୍ର ନାଗ ସହିତ ଉଦେଶୃଙ୍ଗ ଗ୍ରାମ ର ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇ ରାସ୍ତା ଅବରୋଧ କରିଥିଲେ ।

What's Your Reaction?

like

dislike

love

funny

angry

sad

wow