ବଲବସ ପୂର ଅଙ୍ଗନବାଡି କେନ୍ଦ୍ରରେ "ଆଙ୍ଗନ କା ଉତ୍ସବ ପାଳନ,"

Sep 29, 2026 - 20:26
 0  41
ବଲବସ ପୂର ଅଙ୍ଗନବାଡି କେନ୍ଦ୍ରରେ "ଆଙ୍ଗନ କା ଉତ୍ସବ ପାଳନ,"

ବଲବସ ପୂର ଅଙ୍ଗନବାଡି କେନ୍ଦ୍ରରେ "ଆଙ୍ଗନ କା ଉତ୍ସବ ପାଳନ "

ନର୍ଲା ,୨୯।୯( ଶୁଭମ ବାର୍ତ୍ତା) ସେପ୍ଟେମ୍ବର ୧ ତରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ସମସ୍ତ ଅଙ୍ଗୱାଡ଼ି କେନ୍ଦ୍ରରେ ୯ ତମ ପୋଷଣ ମାସ ପାଳନ ହେଉଥିବା ବେଳେ ସେପ୍ଟେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି "ଆଙ୍ଗନ୍ କା ଉତ୍ସବ" ପାଳିତ ହେଉଛି। ଏହି ପରିପ୍ରେକ୍ଷିରେ ନର୍ଲା ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ ରୁପ୍ରା ରୋଡ ଗ୍ରାମ ପଂଚାୟତ ଅଧିନ ବଲବସ ପୂର ଅଙ୍ଗନୱାଡି କେନ୍ଦ୍ର- ୧ ପ୍ରାଙ୍ଗଣ ରେ ମହାସମାରୋହ ରେ "ଆଙ୍ଗନ କା ଉତ୍ସବ" ପାଳିତ ହୋଇଛି । ପ୍ରଥମ ଦିନ ଏହି ଉତ୍ସବରେ ଅଭିଭାବକ ମାନ (ପିତା) ଙ୍କ ଦ୍ଵାରା ଗ୍ରୁହ ରୁ ହାତ ତିଆରି ପୋଷଣ ଯୁକ୍ତଖାଦ୍ୟ ତଥା ପିଠା , ଚୁଡ଼ା, ଉପମା, ମାଣ୍ଡିଆ ଚକୁଳି, ଅଟା ଚକୁଳି, ସୂଜି ପିଠା ସହ ନାନାଦି ପ୍ରକାର ବ୍ୟଞ୍ଜନ ର ପ୍ରଦର୍ଶନ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୩ ରୁ ୬ ବର୍ଷ ର ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ଗ୍ରାମର ଭଦ୍ର ବ୍ୟକ୍ତି ,ଗର୍ଭବତୀ ଓ ପ୍ରସୂତି ମାଁ, ସମସ୍ତ ସଦସ୍ୟ, ସଦସ୍ୟା ଓ ୦ ରୁ ୬ ବର୍ଷ ଶିଶୁ ମାନଙ୍କର ପିତା ,ମାତା, କିଶୋରୀ ବାଳିକା ସମେତ ଶତାଧିକ ଲୋକ ଯୋଗଦାନ କରିଥିଲେ। ଅଙ୍ଗନୱାଡି କର୍ମୀ ସୁନିତା ଦାସ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସହାୟିକା କାନ୍ତି ଗୌଡ଼, ଆଶା ଅମୃତି ସାହୁ, ଲକ୍ଷଣ କରୁଆ, ଧର୍ମେନ୍ଦ୍ର ପୋଢ଼,ପେଟୁ ପାତ୍ର, ଟୁକୁଲାଲ ପଧାନ,ସାମନ୍ତ ପଧାନ, ପ୍ରେମାନନ୍ଦ ବିଶ୍ୱାଳ, ସୁଦର୍ଶନ ଦଣ୍ଡ ସେନା, କୌଶଲ୍ୟା ଦୀପ, ଶ୍ରଦ୍ଧାଞ୍ଜଳି ବ୍ରହ୍ମା, ରିତା ପ୍ରଧାନ, ସୁରଭି ପ୍ରଧାନ, ସିଆରପି ରୋଷନୀ ବିଶ୍ୱାଳ, ରେଖା ପାତ୍ର,ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow