ନର୍ଲା ପାଇକ ସମାଜ ର 'ଖଣ୍ଡାବସା'ଉତ୍ସବ ପାଳିତ,

Oct 22, 2026 - 14:43
Oct 22, 2026 - 14:45
 0  11
ନର୍ଲା ପାଇକ ସମାଜ ର 'ଖଣ୍ଡାବସା'ଉତ୍ସବ ପାଳିତ,

 ନର୍ଲା ପାଇକ ସମାଜ ର 'ଖଣ୍ଡାବସା'ଉତ୍ସବ ପାଳିତ 

ଶୁଭମ ବାର୍ତ୍ତା :- ପ୍ରତିବର୍ଷ ଦଶହରା ଆସିଲେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସହର ଓ ଗାଁ ରେ ବସବାସ କରୁଥିବା କ୍ଷତ୍ରୀୟ ପାଇକ ସମ୍ପ୍ରଦାୟ ର ଲୋକେ ନିଜର ଇଷ୍ଟଦେବୀ ଙ୍କ ଉଦେଶ୍ୟ ରେ 'ଖଣ୍ଡାବସା'ଉତ୍ସବ ପାଳନ କରୁଥିବା ବେଳେ ନର୍ଲା ସହର ସ୍ଥିତ କ୍ଷତ୍ରୀୟ ପାଇକ ସମାଜ ପକ୍ଷରୁ ମଧ୍ୟ ଆଜି 'ଖଣ୍ଡାବସା' ଉତ୍ସବ ସହିତ ପ୍ରଭୁ ଶ୍ରୀରାମ ଙ୍କ ବିଜୟ ଉତ୍ସବ ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା!ଶହ ଶହ ମହିଳା ଓ ପୁରୁଷ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଶୋଭାଯାତ୍ରା ରେ ଯାଇ ପାଇକ ପଡା ରେ ଥିବା ନିଜ ଇଷ୍ଟ ଦେବୀ ଙ୍କ ପାଖରେ ଖଣ୍ଡା ଗୁଡିକୁ ସ୍ଥାପନ କରିବା ସହିତ ପୂଜାର୍ଚନା କରିଥିଲେ !ଇତିହାସ ରେ ମଧ୍ୟ ଉଲ୍ଲେଖ ଅଛି ଯେଉଁ ପରିବାର ର ସଦସ୍ୟ ପଥଭ୍ରଷ୍ଟ ନ ହୋଇ ନିଜ ସମାଜ ର ନିୟମ ଅନୁସାରେ ଚାଲିଥାଏ ସେହି ପରିବାର ର ସଦସ୍ୟ ସେତେ ସଂସ୍କାରି ଓ ପ୍ରଗତି କରିଥାନ୍ତି, ସେଥିପାଇଁ ଆପଣ ଯେଉଁ ଜାତି ଯେଉଁ ସମ୍ପ୍ରଦାୟ ର ଲୋକ ହୋଇଥାନ୍ତୁ ନା କାହିଁକ ନିଜ ସମ୍ପ୍ରଦାୟ ଓ ଜାତି ସହିତ ଜଡିତ ହୋଇ ରହିବା ଆବଶ୍ୟକ!

    ନର୍ଲା ରୁ ତ୍ରିଲୋଚନ ଗୌଡ଼ ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା 

What's Your Reaction?

like

dislike

love

funny

angry

sad

wow