ମା' ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ,
ମା' ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ,
କଳାହାଣ୍ଡି ଶୁଭମ ବାର୍ତ୍ତା : କଳାହାଣ୍ଡିର ଆରାଧ୍ୟ ଦେବୀ ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଆଜି ଧୂମଧାମ ରେ ପାଳିତ ହୋଇଛି । ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା ସହର। ଭୋର ସକାଳୁ ଜେନାଖାଲରୁ ବାହାରି ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ,ମା'ଙ୍କ ଦର୍ଶନ ପାଇଁ କଳାହାଣ୍ଡି ଜିଲ୍ଲା ସମେତ ଜିଲ୍ଲା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ,ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଏବଂ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରେ ରଖି ସଜାଗ ରହିଛି ପୁଲିସ ପ୍ରଶାସନ । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।ଯାତ୍ରା ସମୟରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିଥିଲା ।ଅନ୍ୟପଟେ, ବଳି ପ୍ରଥାକୁ ନେଇ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କରାଯାଇଛି।ମାନସିକ ପୂରଣ ଓ ଶ୍ରଦ୍ଧା ନାଁରେ କିଛି ଶ୍ରଦ୍ଧାଳୁ କୁକୁଡ଼ା ଓ ବୋଦା ନେଇ ବଳି ଦେବା ପାଇଁ ମନ୍ଦିରରେ ପହଞ୍ଚୁଥିବା ଦେଖିବାକୁ ମିଳିଛି ।
What's Your Reaction?