ପୂର୍ତ୍ତ ବିଭାଗ ଚତୁର୍ଥ କର୍ମଚାରୀ ଅଞ୍ଜନ କୁମାର ପାଦୁକା ଙ୍କ ବିୟୋଗ । ନର୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଅଶ୍ରୁଳ ବିଦାୟ ।

Jun 26, 2026 - 20:18
Jun 26, 2026 - 20:22
 0  10
ପୂର୍ତ୍ତ ବିଭାଗ ଚତୁର୍ଥ କର୍ମଚାରୀ ଅଞ୍ଜନ କୁମାର ପାଦୁକା ଙ୍କ ବିୟୋଗ । ନର୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଅଶ୍ରୁଳ ବିଦାୟ ।

ପୂର୍ତ୍ତ ବିଭାଗ ଚତୁର୍ଥ କର୍ମଚାରୀ ଅଞ୍ଜନ କୁମାର ପାଦୁକା ଙ୍କ ବିୟୋଗ । ନର୍ଲା ପୂର୍ତ୍ତ ବିଭାଗ ପକ୍ଷରୁ ଅଶ୍ରୁଳ ବିଦାୟ ।

ନର୍ଲା ଶୁଭମ ବାର୍ତ୍ତା :-  କଳାହାଣ୍ଡି ଜିଲ୍ଲା ନର୍ଲା ପୂର୍ତ୍ତ ବିଭାଗ ରେ କାର୍ଯ୍ୟରତ ଚତୁର୍ଥ କର୍ମଚାରୀ ଅଞ୍ଜନ କୁମାର ପାଦୁକା ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ଜୁନ୍ ୨୬ ତାରିଖ ଶୁକ୍ରବାର ଦିନ ସକାଳ ପ୍ରାୟ ଛଅ ଘଣ୍ଟା ସମୟରେ ଅଞ୍ଜନ କୁମାର ପାଦୁକା ୫୪ ବର୍ଷୀୟ ବ୍ୟକ୍ତି ତାଙ୍କ ବାସଭବନ ରାବଣାଗୁଡା ଠାରେ ମୁତ୍ୟୁ ବରଣ କରିଥଲେ । ସ୍ବର୍ଗତ ପାଦୁକା ଗତ ୨୦୦୪ ମସିହାର କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ନର୍ଲା ବ୍ଳକ୍ ପୂର୍ତ୍ତ ବିଭାଗର ଜଣେ ଚତୁର୍ଥ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ନର୍ଲା ପୂର୍ତ୍ତ ବିଭାଗ ଠାରେ ଦୀର୍ଘ ୨୨ ବର୍ଷ ଧରି ସେବା ଯୋଗାଇ ଆସୁଥିବା ସ୍ବର୍ଗତ ଅଞ୍ଜନ କୁମାର ପାଦୁକା ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ବିଶାଖାପାଟଣା ଏକ ଘରୋଇ ହସ୍ପିଟାଲ ଠାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ପୁଅ ଝିଅ ସହିତ ସପରିବାର ଉପସ୍ଥିତ ରହିଥିଲେ ଓ ପୂର୍ତ୍ତ ବିଭାଗ ନର୍ଲା ପକ୍ଷରୁ ଏକ ଦଳ ଗାଁ କୁ ଯାଇ ମୃତକ ଙ୍କ ଶେଷଦର୍ଶନ ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତାଙ୍କର ମୃତ୍ୟୁ ଖବର ପାଇବା ପରେ ନର୍ଲା ଓ ରାବଣାଗୁଡା ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି।

What's Your Reaction?

like

dislike

love

funny

angry

sad

wow