ନର୍ଲା ରେ କାମନା ଦଣ୍ଡ ନୃତ୍ୟ ପରିବେଷଣ,

Apr 5, 2026 - 20:32
 0  1
ନର୍ଲା ରେ କାମନା ଦଣ୍ଡ ନୃତ୍ୟ ପରିବେଷଣ,

ନର୍ଲା ରେ କାମନା ଦଣ୍ଡ ନୃତ୍ୟ ପରିବେଷଣ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ର ପ୍ରସିଦ୍ଧ କାମନା ଦଣ୍ଡ ଯାତ୍ରା ଗୁରୁ ପଦ୍ମ ଲୋଚନ ମହାକୁଡ଼ ଙ୍କ ତତ୍ୱାବଧାନରେ ପାଟ ଭୁକ୍ତା ମାନେ ଗତ ୧ ତାରିଖ ଠାରୁ ବିଭିନ୍ନ ଗ୍ରାମ ପରିକ୍ରମା କରି ମାନସିକ ଧାରୀ ଙ୍କ ଘର ସାମ୍ମନା ରେ ପ୍ରଥମେ ଶିବ ଓ ଦଣ୍ଡ କାଳୀ ଙ୍କୁ ପୂଜା ଅର୍ଚନା କରି ଦଣ୍ଡ ନୃତ୍ୟ ପରିବେଷଣ କରିଥାନ୍ତି, ଏହି ଯାତ୍ରା ୧୩ ଦିନ ଧରି ଚାଲିଥିବା ବେଳେ ପଣା ସଂକ୍ରାନ୍ତି ଦିନ ଉଯାପିତ ହେବ, ଦାଣ୍ଡିଆ ମାନେ ମା ଦଣ୍ଡ କାଳୀ ଓ ଶିବଙ୍କୁ ସାଥିରେ ଧରି ଗାଁ କୁ ଗାଁ ବୁଲି ମାନସିକ ଧାରୀଙ୍କ ମନସ୍କାମନା ପୂରଣ କରିଥାନ୍ତି, ବିଶ୍ୱାସ ରହିଛି ମା ଙ୍କୁ ପୂଜା କଲେ ସମସ୍ତ ଦୁଃଖ ଦୁରହୋଇଥାଏ, ୧୩ ଦିନ ଧରି ପାଟ ଭୁକ୍ତା ଙ୍କ ନିର୍ଦେଶ ଅନୁସାରେ ମା ଙ୍କ ଦଣ୍ଡ ନୃତ୍ୟ ପାଳନ ହୋଇଥାଏ, ସକାଳୁ ମାନସିକ ଧାରୀ ଶିବ ମନ୍ଦିର ରେ ପହଂଚି ମା ଦଣ୍ଡ କାଳୀ ଓ ଶିବ ଙ୍କୁ ବରଣ କରିଥାନ୍ତି, ମଧ୍ୟହ୍ନରେ ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଇତ୍ୟାଦି ସମ୍ପର୍ଣ୍ଣ ହୋଇଥାଏ, ସନ୍ଧ୍ୟା ରେ ମା ଙ୍କ ଆଳତି ଓ ପୂଜା ଛନ୍ନା କରିବା ପରେ ଅଧା ରାତ୍ରିରେ ମା ଙ୍କୁ ଅନ୍ନ ପ୍ରସାଦ ଲାଗିଥାଏ,ଆଜି ନର୍ଲା ଗୌଡ଼ ପଡା ଠାରେ ମାନସିକ ଧାରୀ ବିଜୟ ରାଉତ ଙ୍କ ଘର ସାମ୍ନାରେ କାମନା ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିବା ଦେଖିବାକୁ ମିଳିଥିଲା, ଦାଣ୍ଡିଆ ମାନେ ପୋଖରୀ ରେ ସ୍ନାନାଧି କର୍ମ ସାରିବା ପରେ ସୂର୍ଯ୍ୟ ପୂଜା କରି ମା ଦଣ୍ଡ କାଳୀ, ମହା ଚଣ୍ଡୀ ପାଶ୍ୱ ଦେବତା ଙ୍କୁ ପୂଜା୍ଚ୍ଛନା କରିଥିଲେ, ଏହି କାମନା ଦଣ୍ଡ ନୀତିକାନ୍ତି ଓ ନିଷ୍ଠାର ସହ ପାଳନ କରୁଛୁ, ଭୋଗ ହିସାବ ରେ ଖଇ, ଗୁଡା ପଣା ପ୍ରସାଦ ସେବନ କରୁଥିବା ଦାଣ୍ଡିଆ ମାନେ ପ୍ରକାଶ କରିଥିଲେ,

What's Your Reaction?

like

dislike

love

funny

angry

sad

wow