ନର୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି,

Sep 29, 2026 - 16:20
 0  4
ନର୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି,

ନର୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି,

ନର୍ଲା /ଶୁଭମ ବାର୍ତ୍ତା /୨୮/୯/୨୬ସୋମବାର ଦିନ ନର୍ଲା ପଞ୍ଚ।ୟ ତ ସମିତି ସଭାଗୃହ ଠାରେ ଜ଼ିଲ୍ଲପାଳ କଳାହାଣ୍ଡି ଙ୍କ ଅଭିଯୋଗ ଜନ ଶୁଣାଣି ଶିବିର ଜ଼ିଲ୍ଲପାଳ ସଚିନ ପାୱାର ପ୍ରକାଶ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବ ମୋଟ ୫୧ଗୋଟି ଅଭିଯୋଗ ଶୁଣାଣି ହୋଇ ଥିଲା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ୫ଜଣ, ଭତ୍ତା ପାଇଁ ୪ଜଣ, ଏବଂ ଅନ୍ୟାନ୍ୟ ୪୨ଗୋଟି ଅଭିଯୋଗ ହୋଇଥିଲା । ଜିଲ୍ଲାର ସମସ୍ତ ବିଭାଗ ର ଜ଼ିଲ୍ଲା ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ସମାଧାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜ଼ିଲ୍ଲା ପାଳ ତନ୍ମୟ ଦରୱାନ,ଏସଡିପିଓ ସନ୍ଦୀପ ମାଝୀ,ଜ଼ିଲ୍ଲା ଦକ୍ଷିଣ ବନଖଣ୍ଡ ଅଧିକାରି ଆର ପଲେଇ ବରମ, ଉତ୍ତର ବନ ଖଣ୍ଡ ଅଧିକାରୀ ପ୍ରଭାକର ବର୍ମା, ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l ଏଥିରେ ବ୍ଲକର ସମସ୍ତ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ସମସ୍ତ ଜ଼ିଲ୍ଲା ଅଧିକାରିଙ୍କ ଉପସ୍ଥିତିରେ ୧୯ଜଣ ପିଡ଼ିଏସ ହିତାଧିକାରୀଙ୍କୁ ପିଡିଏସ ଚାଉଳ କାର୍ଡ ବଣ୍ଟନ କରାଯାଇ ଥିଲା। ଶେଷରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

What's Your Reaction?

like

dislike

love

funny

angry

sad

wow