ଉଲିଗୁଞ୍ଜେର ଅଙ୍ଗନୱାଡି କେନ୍ଦ୍ରରେ 'ଆଙ୍ଗନ କା ଉତ୍ସବ',
ଉଲିଗୁଞ୍ଜେର ଅଙ୍ଗନୱାଡି କେନ୍ଦ୍ରରେ 'ଆଙ୍ଗନ କା ଉତ୍ସବ',
ଲାଞ୍ଜିଗଡ ଶୁଭମ ବାର୍ତ୍ତା :- ସେପ୍ଟେମ୍ବର ୧ ତରିଖ ଠାରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ସମସ୍ତ ଅଙ୍ଗୱାଡ଼ି କେନ୍ଦ୍ରରେ ୯ମ ତମ ପୋଷଣ ମାସ ପାଳନ ହେଉଥିବା ବେଳେ ସେପ୍ଟେମ୍ବର ୨୭ ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି "ଆଙ୍ଗନ୍ କା ଉତ୍ସବ" ପାଳିତ ହେଉଛି। ଏହି ପରିପ୍ରେକ୍ଷିରେ ଲାଞ୍ଜିଗଡ ଶିଶୁ ବିକାଶ ପ୍ରକଳ୍ପ ଅନ୍ତର୍ଗତ କମର୍ଦ୍ଧା ଗ୍ରାମ ପଂଚାୟତ ଅଧିନ ଉଲିଗୁଞ୍ଜେର ଅଙ୍ଗନୱାଡି କେନ୍ଦ୍ର ପ୍ରାଙ୍ଗଣ ରେ ମହାସମାରୋହ ରେ "ଆଙ୍ଗନ କା ଉତ୍ସବ" ପାଳିତ ହୋଇଛି । ପ୍ରଥମ ଦିନ ଏହି ଉତ୍ସବରେ ଅଭିଭାବକ ମାନଙ୍କ ଦ୍ଵାରା ଗ୍ରୁହ ରୁ ହାତ ତିଆରି ପୋଷଣ ଯୁକ୍ତଖାଦ୍ୟ ତଥା ପିଠା , ଚୁଡ଼ା, ଉପମା, ମାଣ୍ଡିଆ ଚକୁଳି, ଅଟା ଚକୁଳି, ସୂଜି ପିଠା ସହ ନାନାଦି ପ୍ରକାର ବ୍ୟଞ୍ଜନ ର ପ୍ରଦର୍ଶନ କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ ୩ ରୁ ୬ ବର୍ଷ ର ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କୁ ନେଇ ବିଭିନ୍ନ ବିଷୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ରେ ଗ୍ରାମର ଭଦ୍ର ବ୍ୟକ୍ତି ,ଗର୍ଭବତୀ ଓ ପ୍ରସୂତି ମାଁ, ସମସ୍ତ ସଦସ୍ୟ, ସଦସ୍ୟା ଓ ୦ ରୁ ୬ ବର୍ଷ ଶିଶୁ ମାନଙ୍କର ପିତା ,ମାତା, କିଶୋରୀ ବାଳିକା ସମେତ ଶତାଧିକ ଲୋକ ଯୋଗଦାନ କରିଥିଲେ। ଅଙ୍ଗନୱାଡି କର୍ମୀ ଶ୍ରୀଦେବୀ ମାଝୀ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସହାୟିକା ଦ୍ରୌପଦୀ ମାଝୀ ସହଯୋଗ କରିଥିଲେ।
What's Your Reaction?