ପରଲୋକରେ ବିଶିଷ୍ଟ ସଂଗୀତ ଗୁରୁ ଲଷ୍ମଣ ବାଗ l
ପରଲୋକରେ ବିଶିଷ୍ଟ ସଂଗୀତ ଗୁରୁ ଲଷ୍ମଣ ବାଗ l
ଶୁଭମ ବାର୍ତ୍ତା :- ନର୍ଲା ବ୍ଲକ ସର୍ଗିଗୁଡ଼ାର ବିଶିଷ୍ଟ ସଂଗୀତ ଗୁରୁ ତଥା ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗ ମଙ୍ଗଳ ବାର ପୂର୍ବାହ୍ନ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି l ମୃତ୍ୟୁ ସମୟରେ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା l ଦୀର୍ଘଦିନ ହେବ ଶଯ୍ୟାଶାୟୀ ହୋଇଥିଲେ l ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହ ଧର୍ମିଣୀ ଜନକ ଗଉଡ଼, ଏକମାତ୍ର ପୁଅ ଭବାନୀ ବାଗ, ତିନି ଝିଅ ମୋନା, ମନ୍ଦାକିନୀ ଓ ମୌଷୁମି ଉପସ୍ଥିତ ଥିଲେ ସ୍ବର୍ଗତ ବାଗ ଜଣେ ଭଦ୍ର, ମିଷ୍ଟଭାଷି ବ୍ୟକ୍ତି ଭାବେ ତାଙ୍କର ବେଶ ଖ୍ୟାତି ରହିଥିଲା l ନିକଟସ୍ତ ସାନ୍ଦୁଲ ନଦୀ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି l ତାଙ୍କ ମୃତ୍ୟୁରେ ନର୍ଲା ବିଧୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରାସାଦ ମହାନ୍ତି,କୁମୁଦ ନାଏକ, ମଧୁସୂଦନ ରାଉତ, ପୂର୍ବତନ ସରପଞ୍ଚ ଥବିରାମ ବୁଦ୍ଧିଆ,ବରିଷ୍ଠ ସାମ୍ବାଦିକ ଜଗତରାମ ସାହୁ, ଅଭିରାମ ନନ୍ଦ, ଲିଙ୍ଗରାଜ ମିଶ୍ର, ନୀଳକଣ୍ଠ ବେହେରା ତଥା ପରିଚିତ ମହଲ ରେ ଶୋକର ଛାୟା ଖେଳିଯାଇ ଥିବା ବଳେ ଅମର ଆତ୍ମାର ସଦ୍ଗତି କାମନା କରଛନ୍ତି l
ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା
What's Your Reaction?