T P W O D L କର୍ମଚାରୀ ପ୍ରତାପ ସାହୁ ଙ୍କ ମାତୃ ବିୟୋଗ,

Oct 22, 2025 - 13:44
Oct 22, 2025 - 13:47
 0  213
T  P W O D L କର୍ମଚାରୀ ପ୍ରତାପ ସାହୁ ଙ୍କ ମାତୃ ବିୟୋଗ,

T  P W O D L କର୍ମଚାରୀ ପ୍ରତାପ ସାହୁ ଙ୍କ ମାତୃ ବିୟୋଗ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ନର୍ଲା ବିଦ୍ୟୁତ୍ ବିଭାଗ ର T  P W O D L ଅଫିସ୍ ରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ପ୍ରତାପ ସାହୁ ଙ୍କ ମାଁ ବିଲନ୍ତା ସାହୁ ଙ୍କ ମାତ୍ର ୫୫ ବର୍ଷ ବୟସ ରେ ପର ଲୋକ ଘଟିଛି । ଦୀର୍ଘ ୬ ମାସ ଧରି କର୍କଟ ରୋଗରେ ପୀଡିତ ହୋଇ ପ୍ରଥମେ କଟକ ସହର ର ଏକ ଘରୋଇ ହସ୍ପିଟାଲରେ ରେ ଚିକିତ୍ସିତ ହୋଇ ପରେ ଭୁବନେଶ୍ୱର ର ସୋମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ।

ଡାକ୍ତର ତାଙ୍କର ଶେଷ ସମୟ ବୋଲି ସୂଚନା ଦେବାରୁ ଚାରିମାସ ହେଲା ଗାଁ କୁ ଫେରିଥିଲେ।

ଦୁଇ ଝିଅ, ମଞ୍ଜୁ ଓ ସଞ୍ଜୁ ମାଁ ଙ୍କ ସେବା ଶୁଶ୍ରୁଷା କରି ଦୀର୍ଘ ଚାରିମାସ ବଞ୍ଚେଇ ରଖିଥିଲେ, ଆଜି ରାତି ରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ସମୟରେ ତାଙ୍କର ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଆଜି ଦିନ ୯ ଘଣ୍ଟା ସମୟରେ ନିଜ ଚାଷ ଜମି ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସେ ଏକ ମିଷ୍ଟଭାଷୀ ଓ ପରିଶ୍ରମୀ ମହିଳା ଥିଲେ। ତାଙ୍କ ମୃତ୍ୟୁ ରେ ସାମ୍ବାଦିକ ଜଗତ ରାମ୍ ସାହୁ, ନୀଳକଣ୍ଠ ବେହେରା, ତ୍ରିଲୋଚନ ଗଉଡ଼ିଆ, ଦୀପକ୍ ଠାକୁର୍, ଗଭୀର ଶୋକ ବ୍ୟକ୍ତ କରିବା ସହିତ ତାଙ୍କର ଅମର ଆତ୍ମା ର ସଦଗତି କାମନା କରିଛନ୍ତି।

 ନର୍ଲା ରୁ ଜଗତ ରାମ୍ ସାହୁ ଙ୍କ ରିପୋର୍ଟ୍ ଶୁଭମ୍ ବାର୍ତ୍ତା

What's Your Reaction?

like

dislike

love

funny

angry

sad

wow