ନର୍ଲା ଠାରେ ଝୁନା ଓ ଯଶୋ ମେମୋରିଆଲ ଫୂଟବଲ ପ୍ରତିଯୋଗୀତା ଆରମ୍ଭ,
ନର୍ଲା ଠାରେ ଝୁନା ଓ ଯଶୋ ମେମୋରିଆଲ ଫୂଟବଲ ପ୍ରତିଯୋଗୀତା ଆରମ୍ଭ,
ନର୍ଲା ଶୁଭମ ବାର୍ତ୍ତା (ଅଜିତ ମାଝୀ ) ନର୍ଲା -ହାଇସ୍କୁଲ ପଡିଆ ଠାରେ ଝୁନା ଓ ଯଶୋ ମେମୋରିଆଲ ଫୁଟବଲ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି l ଏହି ଫୁଟବଲ ମ୍ୟାଚ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଏବଂ ପୂର୍ବତନ କ୍ରୀଡ଼ାବିତ ଓ ବର୍ତମାନ ସର୍ଗିଗୁଡା ସମିତି ସଭ୍ୟ ଶ୍ରୀଯୁକ୍ତ ଚିରଞ୍ଜିବି ଗୌଡ଼ିଆ ଓ ସମ୍ନାନୀତ ଅତିଥି ଭାବେ ନର୍ଲା ସମିତି ସଭ୍ୟ ସୁଦାମ ଝାଙ୍କର ଯୋଗ ଦେଇଥିଲେ l
ଆଜିର ମ୍ୟାଚ ରେ ଉଭୟ ନର୍ଲା ଓ କଣ୍ଟାବାଞ୍ଜି ନିର୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ଦେଇ ପାରିନଥିଲେ l ପରେ ଟାଇ ବ୍ରାକେର ରେ କଣ୍ଟାବାଞ୍ଜି ଦଳ ଆୟୋଜକ ନର୍ଲା ଦଳ କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ ରେ ପ୍ରବେଶ କରିଛି l ଆଜିର ଖେଳ କୁ ବିଶିଷ୍ଟ ରେଫେରୀ ନବୀନ ନାୟକ ପରିଚାଳନା କରିଥିବା ବେଳେ ଲାଇନ ରେ ସୁରେଶ ନାୟକ ଓ ଶ୍ରବନ ବାଗ ସହାୟତା କରିଥିଲେ l ଶ୍ରୀ ସନ୍ତୋଷ ନାୟକ ଚତୁର୍ଥ ରେଫରି ଦାୟିତ୍ୱ ତୁଲାଇ ଥିଲେ l
ଆସନ୍ତା କାଲି ଧର୍ମଗଡ଼ ଓ ଟିଟିଲାଗଡ ମଧ୍ୟରେ ଖେଳ ଅନୁଷ୍ଠିତ ହେବ l ଆଜି ର ଖେଳରେ ଆୟୋଜକ କମିଟି ରେ ସଦସ୍ୟ ସହିତ ପୂର୍ବତନ କ୍ରୀଡ଼ାବିତ ମନ୍ମଥ ପୁଝାରି, ରମେଶ ଦାସ, ଗୌରାଙ୍ଗ ନାଗ ସହ ଶ୍ରୀ ଦେବେନ୍ଦ୍ର ସା ପ୍ରମୁଖ ଉପସ୍ଥିତ ଥିଲେ l
What's Your Reaction?