ଗୋଲାମୁଣ୍ଡା ବ୍ଲକ ସଞ୍ଚ ସଂଗଠନର ନୂତନ ସମିତି ଚୟନ,

Jul 11, 2025 - 18:28
Jul 11, 2025 - 18:36
 0  12
ଗୋଲାମୁଣ୍ଡା ବ୍ଲକ ସଞ୍ଚ ସଂଗଠନର ନୂତନ ସମିତି ଚୟନ,

ଗୋଲାମୁଣ୍ଡା ସଞ୍ଚ ର ନୂତନ ସମିତି ଚୟନ,

ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ସଦର ମହକୁମା ମଙ୍ଗଳା ମନ୍ଦିର ପ୍ରାଙ୍ଗଣରେ ଏକଲ ଅଭିଯାନ ଭବାନୀପାଟଣା ଅଞ୍ଚଳ ଗୋଲାମୁଣ୍ଡା ସଞ୍ଚର ନୂତନ ସମିତି ଚୟନ ବୈଠକ ଅନୁଷ୍ଠିତ ହୋଇଥିଲା। ବନବନ୍ଧୁ ପରିଷଦ ଆନୁକୂଲ୍ୟରେ ଏକଲ ଅଭିଯାନ ଦେଶ ବ୍ୟାପୀ ୧ ଲକ୍ଷ ବିଦ୍ୟାଳୟ ଚାଲୁଅଛି ।ଏକଲ ଅଭିଯାନ ର ପ୍ରତିଷ୍ଠାତା ଶ୍ୟାମ ଜୀ ଗୁପ୍ତା ଦେଶ ବ୍ୟାପୀ ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବିଦ୍ୟାଳୟ ପ୍ରତିଷ୍ଠା କରି କୌଣ ଅନୁକୌଣ ରେ ସନାତନ ପରମ୍ପରା କୁ ପହଞ୍ଚାଇବା ରେ ସଫଳ ହୋଇଛନ୍ତି ।ଉକ୍ତ ବୈଠକ ରେ ମାନନୀୟ ନିରଞ୍ଜନ ପ୍ରଧାନ, ଏସ୍ ଏଚ୍ ଏସ୍ ଏସ୍ ସଭାପତି ଶ୍ରୀମତୀ ଜ୍ୟୋତି ପ୍ରଧାନ, ଅଞ୍ଚଳ ସଭାପତି ସୁଶ୍ରୀ ସବିତା ପଟ୍ଟନାୟକ,ଅଞ୍ଚଳ ସମ୍ପାଦକ ଶ୍ରୀଯୁକ୍ତ ରାଜକୁମାର ଖେତାନ , ଅଞ୍ଚଳ କାର୍ଯ୍ୟାଳୟ ପ୍ରଭାରୀ ଶ୍ରୀମତୀ ସରସ୍ଵତୀ ହୋତା ଙ୍କ ଉପସ୍ଥିତି ରେ ନୂତନ ସମିତି ଚୟନ କରାଯାଇଥିଲା। ଗୋଲାମୁଣ୍ଡା ସଞ୍ଚ ନୂତନ ଅଧ୍ୟକ୍ଷ ଭାବରେ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲ, ସମ୍ପାଦକ ଶ୍ରୀଯୁକ୍ତ ଅମର ନାଏକ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜଳନ୍ଧର ନାଏକ, ପ୍ରାଥମିକ ଶିକ୍ଷା ପ୍ରଭାରୀ ଗଜିନ୍ଦ୍ର ନାଏକ, ଆରୋଗ୍ୟ ଶିକ୍ଷା ପ୍ରଭାରୀ ଶ୍ରୀଯୁକ୍ତ ରଙ୍ଗାଧର ମୁଣ୍ଡ, ବିକାଶ ଶିକ୍ଷା ପ୍ରଭାରୀ ଶ୍ରୀଯୁକ୍ତ ବ୍ରହ୍ମା ପ୍ରସାଦ କାଣ୍ଡ , ଜାଗରଣ ପ୍ରମୁଖ ଶ୍ରୀଯୁକ୍ତ ନକୁଳ ରାଉତ, ସଂସ୍କାର ପ୍ରମୁଖ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା, ଯୁବା ପ୍ରମୁଖ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ, ମହିଳା ପ୍ରମୁଖ ଶ୍ରୀମତୀ ସବିତା ବାଗ , କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ହୃଦାନନ୍ଦ ସା ଓ ଅଞ୍ଚଳ ପାଠ୍ୟକ୍ରମ ପ୍ରଶିକ୍ଷଣ ପ୍ରଭାରୀ ଭାବରେ ଶ୍ରୀ ଇନ୍ଦୁ ଭୂଷଣ ରାଉତ , ଶ୍ରୀଯୁକ୍ତ ଗଗନ ବିହାରୀ ମୁଣ୍ଡ, ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ମୁଣ୍ଡ, ଶ୍ରୀଯୁକ୍ତ ମୁନିରାମ ଖମାରୀ ଙ୍କୁ ଚୟନ କରାଗଲା। ଅଞ୍ଚଳ ଅଭିଯାନ ପ୍ରମୁଖ ଶ୍ରୀଯୁକ୍ତ ବିଷ୍ଣୁ ଷାଣ୍ଢ, ଅଞ୍ଚଳ ଗତିବିଧି ପ୍ରମୁଖ ଘନଶ୍ୟାମ ଭାଟି,ସଞ୍ଚ ପ୍ରମୁଖ ଶ୍ରୀଯୁକ୍ତ ଧନୁର୍ଯ୍ୟ ବନ୍ଦିଛୋଡ , ବରିଷ୍ଟ ସମାଜ ସେବୀ ଚତୁର ଭୁଜ ନାଏକ ଉପସ୍ଥିତ ଥିଲେ ଶ୍ରୀଯୁକ୍ତ ସୁରେନ୍ଦ୍ର ରାଉତ ଏବଂ କେନ୍ଦ୍ରୀୟ ପ୍ରଭାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ସ୍ବାଇଁ ଶାନ୍ତି ପାଠ କରାଇ ସଭା ଶେଷ କରିଥିଲେ ।

ଗୋଲାମୁଣ୍ଡା ବ୍ଲକ ରୁ ଉପେନ୍ଦ୍ର ବଗର୍ତ୍ତି ଙ୍କ ରିପୋର୍ଟ ଶୁଭମ ବାର୍ତ୍ତା,

What's Your Reaction?

like

dislike

love

funny

angry

sad

wow