କଳାହାଣ୍ଡି ବିଜେପି ର ମିଶ୍ରଣ ପର୍ବ ନବ ଗଠିତ ନର୍ଲା ଏନ୍ଏସି ଅଞ୍ଚଳ ରୁ ଯୋଗ ଦେଲେ ୫୦ ରୁ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ କର୍ମୀ ।
କଳାହାଣ୍ଡି ବିଜେପି ର ମିଶ୍ରଣ ପର୍ବ
ନବ ଗଠିତ ନର୍ଲା ଏନ୍ଏସି ଅଞ୍ଚଳ ରୁ ଯୋଗ ଦେଲେ ୫୦ ରୁ ଉର୍ଦ୍ଧ୍ବ ବିଜେଡି ଓ କଂଗ୍ରେସ କର୍ମୀ ।
କଳାହାଣ୍ଡି ଶୁଭମ ବାର୍ତ୍ତା :- କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଭବାନୀପାଟଣା ଟାଉନ ହଲ୍ ରେ ଆୟୋଜିତ ଏକ ମିଶ୍ରଣ ପର୍ବ ରେ ବିଭିନ୍ନ ଦଳ ର ଶତାଧିକ କର୍ମୀ ଯୋଗ ଦେଇ ଥିବା ବେଳେ ନବ ଗଠିତ ନର୍ଲା ଏନ୍ଏସି ଅଞ୍ଚଳ ର ୫୦ ରୁ ଉର୍ଦ୍ଧ୍ବ ବିଜେଡ଼ି ଓ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ। ନର୍ଲା ଏନ୍ଏସି ର ସଂଯୋଜକ ସରୋଜ ବୁଦ୍ଧିଆ ଏବଂ ସହ ସଂଯୋଜକ ଚିରଞ୍ଜିବୀ ଗୌଡ଼ିଆ ତଥା ନର୍ଲା ମଣ୍ଡଳ ସଭାପତି ଶିବ ପ୍ରସାଦ ରଣା ଙ୍କ ନେତୃତ୍ୱ ରେ ନବ ଗଠିତ ନର୍ଲା ଏନ୍ଏସି ଅନ୍ତର୍ଗତ ନର୍ଲା ଏବଂ ସର୍ଗିଗୁଡ଼ା ପଞ୍ଚାୟତ ରୁ ବିଜେପି ରେ ଯୋଗ ଦେଇ ଥିବା କର୍ମୀ ଙ୍କ ମଧ୍ୟରେ ନର୍ଲା କୃଷି ସମବାୟ ସମିତି ର ସଭାପତି ମଞ୍ଜୁଲତା ଗୌଡ଼ିଆ, ସର୍ଗିଗୁଡ଼ା ପଞ୍ଚାୟତ ର ୱାର୍ଡ ସଭ୍ୟ କନ୍ଦର୍ପ ନାଗ, ସନ୍ତୋଷ ଥାପା, ଦେହେଲି ୱାର୍ଡ ସଭ୍ୟ ଡମ୍ବରୁଧର ନାୟକ, ନର୍ଲାର ପୂର୍ବତନ ନାଏବ ସରପଞ୍ଚ ପ୍ରଦୀପ ହଂସ ଙ୍କ ବ୍ୟତୀତ ଅନ୍ୟ ମାନଙ୍କ ମଧ୍ଯରେ ରାଜୀବ ପାତ୍ର, ଲିଙ୍ଗ ମାଝୀ, ଲିପ୍ତାଙ୍ଗିନୀ ମାଝୀ, ଗୋପାଳ ସରାଫ, କ୍ଷୀତିସୁତା ସରାଫ, ଜଗତରାମ ମାଝୀ, ଜଗଦୀଶ ଦୁର୍ଗା, ମଙ୍ଗଳ ମାଝୀ, ଟିକେଶ୍ୱର୍ ଭୋଇ, ପରିଚୟ ଦୁର୍ଗା, ଚିନ୍ମୟ ଚାନ୍ଦ, ଗଜରାମ ମାଝୀ, କିର୍ତିବାସ ବଗର୍ତ୍ତି, ବୀରେନ୍ଦ୍ର ପଟ୍ଟନାୟକ, ରୁପେଶ ପୁଝାରୀ, ଟୁକୁନା ପାତ୍ର, ରମାକାନ୍ତ ପୂଝାରୀ, ସରୋଜ ପୁଝାରୀ, ସୁରେନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ଥିଲେ । ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ ମିଶ୍ରଣ ପର୍ବ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ ତଥା ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।
What's Your Reaction?